ଓଡ଼ିଶାର ଏହି ସ୍ଥାନରେ ରହିଛି ଚମତ୍କାରୀ ବ୍ରହ୍ମଦଣ୍ଡ, ଭଲ ହେଉଛି କ୍ୟାନ୍ସର ଭଳି ରୋଗ, ଲାଗୁଛି ଶହ ଶହ ଲୋକଙ୍କ ଭିଡ଼

 
Bramhastra

ମିଳିଯାଇଛି ବ୍ରହ୍ମଦଣ୍ଡ। ଆଜ୍ଞା ହଁ, ବଡ଼ ଚମତ୍କାରୀ ଏହି ବ୍ରହ୍ମଦଣ୍ଡ ଅସାଧ୍ୟ ରୋଗ ଠାରୁ ଆରମ୍ଭ କରି ସବୁ କିଛି ଭଲ କରି ଦେଉଛି। ଛୋଟା ଲୋକଟିଏ ମଧ୍ୟ ଏହାକୁ ଛୁଇଁଲା ପରେ ଚାଲିବାକୁ ଲାଗୁଛି। କ୍ୟାନ୍ସର ଡାଇବେଟିସ୍ ଭଳି ଦୂରାରୋଗ ମଧ୍ୟ ଏହାକୁ ଛୁଇଁବା ପରେ ଭଲ ହୋଇ ଯାଉଛି। 

God

ଏଭଳି କିଛି ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ ପ୍ରତ୍ୟେକ ଦିନ ଏଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଲାଗୁଛି। ଲୋକେ ନିଜର ମାନସିକ ନେଇ ଏଠାକୁ ଆସୁଥିବା ବେଳେ ସେମାନଙ୍କର ଇଚ୍ଛା ପୂରଣ ହେଉଥିବା କୁହାଯାଉଛି।

Bramhastra

ଦଣ୍ଡ ଛୁଆଁଇ ଦେଲେ କୁଆଡେ ମୂକ ବଧିର ମଧ୍ୟ କଥା କହିବା ଆରମ୍ଭ କରି ଦେଉଛି। ଜନ୍ମରୁ ଚାଲିପାରୁନଥିବା ବ୍ୟକ୍ତି ମଧ୍ୟ ଚାଳିବାକୁ ଲାଗୁଛନ୍ତି। ଯେଉଁଠି ମେଡିଆଲ ସାଇନ୍ସ ଫେଲ୍ ମାରୁଛି ସେହିଠାରେ ହିଁ ଚମତ୍କାର ଦେଖାଉଛି ବ୍ରହ୍ମଦଣ୍ଡ। ଏହା ମଧ୍ୟ ଏକ ସାଧାରଣ ଦଣ୍ଡ ଭଳି ଦେଖାଯାଉଥିବା ବେଳେ କିନ୍ତୁ ଏହାର ଚମତ୍କାରିତା ସମସ୍ତଙ୍କୁ ଚକିତ କରି ଦେଉଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଅଧିନ କୁମ୍ଭାରୀ ଗୋକୁଳ ଗ୍ରାମରେ ଥିବା ଏକ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ଏହି ଚମତ୍କାରୀ ଦଣ୍ଡ ରହିଥିବା ବେଳେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କାହା ପାଇଁ ଏହା ଅନ୍ଧ ବିଶ୍ୱାସ ହୋଇଥିବା ବେଳେ କାହା ପାଇଁ ଏହା ଭଗବାନଙ୍କ ଆଶୀର୍ବାଦ ପାଲଟି ଯାଇଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଶାଶୁ ସହିତ ପ୍ରେମ କଲା ବୋଲି ସ୍ୱାମୀକୁ ଗଛରେ ବାନ୍ଧି ପିଟିଲା ସ୍ତ୍ରୀ