ଦେଖନ୍ତୁ ଭିଡ଼ିଓ: ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଓଡ଼ିଆ ମଡେଲ ସେକ୍ସପିଅର, ଅଶ୍ଲୀଳ ଫିଲ୍ମରେ ଅଭିନୟକୁ ନେଇ କହିଲେ ଏମିତି କଥା

 
Odia model

ଅଶ୍ଲୀଳ ଚଳଚିତ୍ର ପ୍ରସ୍ତୁତ କରି ଏହାକୁ ଆପ୍ ଦ୍ୱାରା ପ୍ରସାରଣ କରିବା ଅଭିଯୋଗରେ ଶିଳ୍ପପତି ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତେବେ ଏଥିରେ ସମ୍ପୃକ୍ତ ଥିବା ଅନେକ ଅଭିନେତା ଅଭିନେତ୍ରୀ ଏବଂ ନିର୍ଦେଶକ ପୋଲିସ ଜାଲରେ ଫସିବାକୁ ଯାଉଥିବା ଅନୁମାନ କରାଯାଉଛି।

Shakeshpere tripathy

ଏପରି ପରିସ୍ଥିତିରେ ରାଜ୍ କୁନ୍ଦ୍ରାଙ୍କ ଏହି ସେକ୍ସ ଦୁନିଆର ନେଟୱାର୍କ ଓଡିଶା ପର୍ଯ୍ୟନ୍ତ ଲମ୍ବିଥିବା କଥା ସମ୍ନାକୁ ଆସିଛି। କୁନ୍ଦ୍ରାଙ୍କ ଦ୍ଵାରା ପ୍ରାୟୋଜିତ ହେଉଥିବା "ହଟସଟ୍" ଆପରେ ଓଡ଼ିଆ ଯୁବକ ସେକ୍ସପିଅର୍ ତ୍ରିପାଠୀ ଅଭିନୟ କରିଥିବା ଜାଣିବାକୁ ମିଳିଥିଲା। ତେବେ ଏହି ଖବର ଆସିବା ପରେ ଗଣମାଧ୍ୟମ ଅଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେକ୍ସପିଅର୍ ତ୍ରିପାଠୀ। କୁନ୍ଦ୍ରାଙ୍କ ସହିତ କେବେ ଦେଖା ହେଲା ଏବଂ ସେ ଏହି ନେଟୱାର୍କରେ କିପରି ଜଡ଼ିତ ହେଲେ ସେହି ବିଷୟରେ ପଚରା ଯିବାରୁ, ଲାକଡ଼ାଉନରେ କାମର ଅଭାବ ଏବଂ ଦୁର୍ବଳ ଆର୍ଥିକ ପରିସ୍ଥିତି ହେତୁ ସେ କୁନ୍ଦ୍ରାଙ୍କ ଏହି ଇଣ୍ଡଷ୍ଟ୍ରିରେ ମିଶିଥିବା କହିଥିଲେ ସେକ୍ସପିଅର୍।

Odia model

ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସେ କୌଣସି ଚଳଚିତ୍ରରେ ଅଶ୍ଲୀଳ ଅଭିନୟ କରିନାହାନ୍ତି ବୋଲି ସେକ୍ସପିଅର୍ ତ୍ରିପାଠୀ କହିଛନ୍ତି। ସେମାନେ କୌଣସି ଅଶ୍ଲୀଳ ଅଥବା ପର୍ଣ୍ଣ ଭିଡ଼ିଓ ସୁଟିଂ କରିନାହାନ୍ତି ବୋଲି ସେ କହିଛନ୍ତି। ଏଥିସହିତ ଅନେକ ଓଡ଼ିଆ ଯୁବକ ଏହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ତାଙ୍କ ସହିତ ଯୋଗାଯୋଗ କରିଥାନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଖନ୍ତୁ କ୍ୟାମେରା ଆଗରେ କଣ କହୁଛନ୍ତି ସେକ୍ସପିୟର ତ୍ରିପାଠୀ:-