ସତ ହେବ ମାଳିକା ବଚନ, ରତ୍ନ-ଭଣ୍ଡାର ଖୋଲିଲେ ମାଡ଼ି ଆସିବ କି ମହା ବିପତ୍ତି ? ସମସ୍ତେ ଭୟରେ ଅଛନ୍ତି
କାହିଁକି ରତ୍ନ ଭଣ୍ଡାର ଖୋଲିବାକୁ ସମସ୍ତେ ଡରୁଛନ୍ତି। ମନ୍ଦିର ଉପରୁ ପଥର ଖସିବା ହେଉ, କିମ୍ବା ନେତରେ ନିଆଁ ଲାଗିବା ଘଟଣା ବା ମନ୍ଦିର ଉପରେ ଚିଲ ଉଡ଼ିବା ଘଟଣା ପୃଥିବୀ ଧ୍ୱଂସର ସଂକେତ ଦେଇସାରିଛି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଏହାସବୁ ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ବେଳେ ବର୍ତ୍ତମାନ ଏହା ସତରେ ଘଟୁଥିବାର ଦେଖାଯାଉଛି।
ବର୍ତ୍ତମାନ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛନ୍ତି। ଆସନ୍ତା ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କିନ୍ତୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପୃଥିବୀ ପାଇଁ ବଡ଼ ବିପଦ ହୋଇପାରେ ବୋଲି ମଧ୍ୟ ଭୟରେ ରହିଛି ମାନବ ଜାତି। ଅନେକ ସମୟରେ କୁହାଯାଇଛି ଯେ, ରତ୍ନ ଭଣ୍ଡାର ଭିତରେ ଏକ ସପ୍ତଫେଣୀ ନାଗ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ଏବଂ ରତ୍ନକୁ ଜଗି ରହିଛି।
ତେବେ ଏପରି ପରିସ୍ଥିତିରେ ଯଦି ଏହି କଥା ସତ ହୋଇଥାଏ, ତେବେ ରତ୍ନଭଣ୍ଡାର ଖୋଲିଲେ ପରିସ୍ଥିତି କ’ଣ ହେବ ତାହାକୁ ଭାବି ସମସ୍ତେ ଭୟରେ ରହିଛନ୍ତି। ତେବେ ବର୍ତ୍ତମାନର ଗଜପତି ମହାରାଜଙ୍କ କହିବା ମୁତାବିକ ପ୍ରତି ୫ ବର୍ଷକୁ ଥରେ ରତ୍ନ ଭଣ୍ଡାର ଖୋଲାଯିବା କଥା।
କିନ୍ତୁ ବହୁ ବର୍ଷରୁ ରତ୍ନ ଭଣ୍ଡାର ଖୋଲାଯାଇନାହିଁ। ଆଉ ଏବେ ଏହାକୁ ଖୋଲିବା ପାଇଁ ଯୋଜନା କରାଯାଉଛି। ୧୯୭୮ ମସିହା ପରେ ପ୍ରଥମ ଥର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି। ଯାହା ଜଣା ପଡ଼ିଛି ପୁର୍ବରୁ ବ୍ରିଟିଶ ଶାସନ ସମୟରେ ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ କରାଯାଇଥିଲା।
କିନ୍ତୁ କେତେ ଅଳଙ୍କାର ରତ୍ନ ରହିଛି ତାହା ଲୋକଙ୍କ ସାମ୍ନାରେ ରଖାଯାଇନଥିଲା। ତେବେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀଜିଉଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ମହାପ୍ରଭୁଙ୍କୁ ପୂଜା ଅର୍ଚ୍ଚନାକରି ଖୋଲାଯାଇଥାଏ ରତ୍ନଭଣ୍ଡାର। କିନ୍ତୁ ରତ୍ନଭଣ୍ଡାର ଖୋଲିଲେ ବହୁତ ବଡ଼ ବିପଦକୁ ନେଇ ମଧ୍ୟ ଆଶଙ୍କା କରାଯାଉଛି।