ଅଯୋଧ୍ୟାରେ ହଠାତ୍ ପହଞ୍ଚିଗଲେ ରାମ, ଦୌଡ଼ିଗଲେ ସହ ସହ ଲୋକ ପାଦ ଛୁଇଁ କାନ୍ଦିଲେ

 
Arun govil
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପହଞ୍ଚିଲେ ରାମ । ଲୋକ ଭାବ ବିହ୍ୱଳ ହୋଇ ଉଠିଲେ । କାନ୍ଦି କାନ୍ଦି ନତ ମସ୍ତକ ହେଲେ । ରାମଙ୍କୁ ଫୁଲ ହାର ପିନ୍ଧାଇ ପାଛୋଟି ନେଲେ । ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ ।

ଏ

ରାମ ମନ୍ଦିର ପ୍ରତିଷ୍ଠା ନେଇ କେବଳ ଯେ ଅଯୋଧ୍ୟା ତାହା ନୁହେଁ ବରଂ ସାରା ଭାରତ ବର୍ଷ ଉତ୍ସବ ମୁଖର ହୋଇଉଠିଛି । ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏପରି କି ପ୍ରତି ଘରେ ପାଳିତ ହେବାକୁ ଯାଉଛି ଏହି ଭବ୍ୟ ଉତ୍ସବ । ସାରା ଦିନ ପାଇଁ ଏହି ଉତ୍ସାହ , ଉତ୍ସବ ଓ ଆଧ୍ୟାତ୍ମିକତାର ମୁକ ସାକ୍ଷୀ ହୋଇ ରହିବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାମ ମନ୍ଦିର ହେବ ଆଉ ରାମ ଆସିବେନି ଏହା କଣ ସମ୍ଭବ । ରାମ ବିଳମ୍ୱ ନ କରି ପହଞ୍ଚି ସାରିଲେଣି ଅଯୋଧ୍ୟାରେ । ଆମେ ଏଠାରେ ଆପଣଙ୍କୁ ରାମାନନ୍ଦ ସାଗରଙ୍କ ରାମାୟଣ ଧାରା ବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ କଥା କହୁଛୁ । 

ଅରୁଣ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା କିଛି ଏପରି ପରିବେଶ । ଉପସ୍ଥିତ ଲୋକେ ତାଙ୍କୁ ଦେଖିବା ମାତ୍ରେ ଦୌଡ଼ି ଯାଇଥିଲେ ତାଙ୍କ ପାଖକୁ । ଲୋକେ ଭାବ ବିହ୍ୱଳ ହୋଇ କାନ୍ଦି କାନ୍ଦି ପାଦ ଛୁଇଁ ପ୍ରଣାମ କରୁଥିଲେ ତାଙ୍କୁ । ଏଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ଜୟ ସୀତାରାମ।