ଦଶମ ପାସ୍ କରିଥିଲେ ରେଳବାଇ ରେ ଚାକିରୀ ସୁଯୋଗ, ଅନଲାଇନ କରନ୍ତୁ ଆବେଦନ

 
Indian-Raillway job

ଦଶମ ପାସ୍ ଲୋକଙ୍କ ପାଇଁ ରେଳବାଇରେ ଚାକିରି ପାଇବା ଏହା ଏକ ସୁବର୍ଣ୍ଣ ସୁଯୋଗ । ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଭାରତୀୟ ରେଳ ବିଜ୍ଞପ୍ତି ଜାରି କରିଛି । ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି 8 ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

Rrb Technician Recruitment 2024 For 9000 Posts Notified, Apply From 9 March  - Amar Ujala Hindi News Live - Rrb Technician Recruitment 2024:रेलवे में  टेक्नीशियन के 9000 पदों पर बंपर भर्ती, इस दिन शुरू होगा ...

ଭାରତୀୟ ରେଳବାଇ 9 ହଜାର 144 ଟି ପଦବୀରେ ନିଯୁକ୍ତି ଦେବ । RRB ଟେକ୍ନିସିଆନ ଗ୍ରେଡ୍- 1 ସିଗନାଲ୍ ରେ 1092 ଟି ପୋଷ୍ଟ ଏବଂ RRB ଟେକ୍ନିସିଆନ୍ ଗ୍ରେଡ୍ - 3 ସିଗନାଲ୍ ରେ 8052 ଟି ପଦବୀ ପାଇଁ ନିଯୁକ୍ତି ମିଳିବ ।

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

କିପରି ଆବେଦନ କରିବେ :-

ଭାରତୀୟ ରେଳ ନିଯୁକ୍ତି ବୋର୍ଡ ଟେକ୍ନିସିଆନ ଗ୍ରେଡ୍ 2024 ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ରେଳବାଇର ଅଫିସିଆଲ୍ ୱେବସାଇଟ୍ https://www.rrbapply.gov.in/#/auth/ ପରିଦର୍ଶନ କରି ଆପଣ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି 8 ଏପ୍ରିଲ୍ ।

ବୟସ ସୀମା :-

ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଦଶମ ପାସ୍ ହେବା ସହିତ ITI ଡିଗ୍ରୀ ଧାରକ ହେବା ଉଚିତ୍ । 18 ରୁ 36 ବର୍ଷ ମଧ୍ୟରେ ଥିବା ଲୋକମାନେ ଟେକ୍ନିସିଆନ ଗ୍ରେଡ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଦରମା :-

RRB ଟେକ୍ନିସିଆନ ଗ୍ରେଡ୍ - ଲେଭଲ୍ - 5 ଅନୁଯାୟୀ ମାସିକ 29,200 ଟଙ୍କା ଦରମା ଦିଆଯିବ ।

ବୟସ କୋହଳ :-

SC / ST - 5 ବର୍ଷ
ପୂର୍ବ ସେବାରତ - 3 ରୁ 8 ବର୍ଷ
ଶାରୀରିକ ଅକ୍ଷମ - 8 ରୁ 15 ବର୍ଷ
OBC ନନ୍ କ୍ରିମିଲେୟାର - 3 ବର୍ଷ

ଆବେଦନ ଶୁଳ୍କ :-

SC / ST, ଏକ୍ସ ସର୍ଭିସମ୍ୟାନ୍, ଅର୍ଥନୈତିକ ପଛୁଆ, ସଂଖ୍ୟାଲଘୁ, ମହିଳା ଟ୍ରାନ୍ସଜେଣ୍ଡରଙ୍କୁ 250 ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଅନ୍ୟ ପ୍ରାର୍ଥୀଙ୍କୁ ଆବେଦନ ପାଇଁ 500 ଟଙ୍କା ଦେୟ ଦେବାକୁ ପଡିବ ।