ଅର୍ପଣ ରଥ ଦ୍ୱାରା ସଂଗ୍ରହ କରାଯାଇଥିବା ଏତେ ପରିମାଣର ଚାଉଳ ଓ ଗୁଆ ଗଲା କୁଆଡେ ? କାହିଁକି ଯାଇପାରିଲା ନାହିଁ ପୁରୀ
ଗତକାଲି ପୁରୀଠାରେ ଶ୍ରୀ ମନ୍ଦିର ପରିକ୍ରମା ଯୋଜନାର ଉଦଘାଟନ ହୋଇଯାଇଛି। ସାରା ରାଜ୍ୟରେ ଏଥିନେଇ ଖୁସିର ମାହୋଲ ରହିଥିଲା। ତେବେ, ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଲକାନଗିରି ଜଗନ୍ନାଥ ମନ୍ଦିରରେ ବସ୍ତା ବସ୍ତା ଚାଉଳ ପଡ଼ି ରହିଥିବା ସୂଚନା ମିଳିଛି।
Follow our WhatsApp channel and get all the Latest news.
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-
ଶ୍ରୀ ମନ୍ଦିର ପରିକ୍ରମା ଯୋଜନା ଉଦ୍ଘାଟନ ନିମନ୍ତେ ଗ୍ରାମ ଗ୍ରାମ ବୁଲି ଅର୍ପଣ ରଥ ସଂଗ୍ରହ କରିଥିବା ଚାଉଳ ଏବେ ମାଲକାନିଗିରି ଜଗନ୍ନାଥ ମନ୍ଦିରରେ କାହିଁକି ପଡି ରହିଛି ସେଥିନେଇ ପ୍ରଶ୍ନ ଉଠିଛି। ଲୋକଙ୍କ ଭାବନା ସହିତ ଖେଳ ଖେଳି ସଂଗ୍ରହ କରାଯାଇଥିବା ଚାଉଳକୁ ଏମିତି ପକାଇ ରଖାଯାଇଥିବାରୁ ମାଲକାନିଗିରି ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ପ୍ରଶାସନକୁ ପ୍ରଶ୍ନ ପଚରା ଯାଇଥିବା ବେଳେ ଚାଉଳ କେଉଁ ସ୍ଥାନକୁ କେବେ ନିଆ ଯିବ ସେଥିନେଇ କିଛି ଅର୍ଡର ଆସିନି ବୋଲି କୁହାଯାଇଛି। ସେଥିପାଇଁ ଏହାକୁ ମନ୍ଦିରରେ ରଖାଯାଇଛି। ଅର୍ପଣ ରଥ ଦ୍ବାରା ସଂଗୃହୀତ ଚାଉଳ କାମରେ ଲାଗିବା ସହ ଗୁଆ ମହୋଦଧିକୁ ଫିଙ୍ଗା ଯାଇଥାନ୍ତା ବୋଲି କୁହାଯାଇଥିଲା। କିନ୍ତୁ, ଏପରି କିଛି ହୋଇପାରିଲାନାହିଁ।
ସେହିଭଳି ଭାବରେ ଗଞ୍ଜାମର ଖାଲିକୋଟରେ ଥିବା ଜଗନ୍ନଥ ମନ୍ଦିରରେ ମଧ୍ୟ ବସ୍ତାରେ ବନ୍ଧା ହୋଇ କ୍ୱିନ୍ଟାଲ୍ କ୍ୱିନ୍ଟାଲ୍ ଚାଉଳ ପଡ଼ିରହିଛି। ଏହି ଚାଉଳ ମଧ୍ୟ ଅର୍ପଣ ରଥ ଦ୍ବାରା ଗ୍ରାମ ଗ୍ରାମ ବୁଲି ସଂଗ୍ରହ କରାଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ଏହି ପ୍ରସଙ୍ଗକୁ ନେଇ ଖାଲିକୋଟ ବିଡିଓଙ୍କୁ ପଚରା ଯାଇଥିବା ବେଳେ ସଂଗ୍ରହ କରାଯାଉଥିବା ଗୁଆ,ଟଙ୍କା ଓ ଚାଉଳର ହିସାବ ରହିଛି ଓ ଆସନ୍ତା ୨୪ ତାରିଖରେ ଏହି ସଂଗୃହୀତ ଚାଉଳରୁ କିଛି ଚାଉଳ ପୁରୀ ଯିବ ବୋଲି କୁହାଯାଇଛି। ତେବେ, ଉଦ୍ଘାଟନ ଦିବସରେ ଚାଉଳ ପୁରୀ ନ ପଠାଯିବା ଲୋକଙ୍କ ମନକୁ କୁଠାରଘାତ କରିଛି। ଏଥିନେଇ ପୁରୀ ଗଜପତି ମହାରାଜଙ୍କୁ ପଚରା ଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟିର ଏହା ସହିତ କୌଣସି ସମ୍ପର୍କ ନାହିଁ। ଏହା ସରକାରଙ୍କ କାମ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ:- ବର୍ଷାଙ୍କ ଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବେ ଅନୁଭବ! ଏହି ଝିଅ ହେବେ ତାଙ୍କ ଦ୍ୱିତୀୟ ପତ୍ନୀ!