ଏପର୍ଯ୍ୟନ୍ତ ସୁଦ୍ଧା ଆଧାର କୁ ପ୍ୟାନ୍ କାର୍ଡ ସହିତ ଲିଙ୍କ କରିନାହାଁନ୍ତି କି? ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିପାରେ

 
Adhar pan

ପ୍ୟାନ୍ ସହିତ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଜୁନ ୩୦ ତାରିଖ ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ରହିଥିଲା। ତେବେ, ଏପର୍ଯ୍ୟନ୍ତ ସୁଦ୍ଧା ଏହାକୁ ଲିଙ୍କ ନ କରିଥିଲେ ଆପଣଙ୍କ ପ୍ୟାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ଏକ ହଜ଼ାର ଟଙ୍କା ଫାଇନ ଦେଇ ଆପଣ ପ୍ୟାନ୍ କୁ ଆଧାର ସହିତ ଲିଙ୍କ କରିପାରିବେ। ଏହି ଦୁଇ କାର୍ଡକୁ ଲିଙ୍କ ନ କରିଲେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। 

Pan adhar

୧. ସିବିଡିଟି ହିସାବରେ ଟିକସଦାତାମାନେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ। କିନ୍ତୁ ନିଷ୍କ୍ରିୟ ପ୍ୟାନକାର୍ଡକୁ ବ୍ୟବହାର କରି ଆପଣ ରିଫଣ୍ଡ ପାଇଁ ଦାବି କରିପାରିବେ ନାହିଁ।

୨. ଲିଙ୍କ ହୋଇନଥିଲେ ଆପଣ ଡ଼ିମାଟ୍ ଆକାଉଣ୍ଟ ଖୋଲି ପାରିବେନାହିଁ। କେବଳ ସେତିକି ନୁହେଁ ବରଂ ଆପଣ ମ୍ୟୁଚୁଆଲ ଫଣ୍ଡ ୟୁନିଟ କିଣିବା ପାଇଁ ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ମଧ୍ୟ କରିପାରିବେ ନାହିଁ।

୩. ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇ ନଥିବା କମ୍ପାନୀ ଗୁଡ଼ିକର ଅଂଶଧନକୁ କିଣିବା ଏବଂ ବିକିବା ପାଇଁ ଲକ୍ଷେ ଟଙ୍କାରୁ ଅଧିକ ବ୍ୟବହାର କରିପାରିବେ ନାହିଁ। 

Pan adhar link

୪. ଯେଉଁମାନଙ୍କର ପ୍ୟାନ୍ କାର୍ଡ ନିଷ୍କ୍ରିୟ ହୋଇଯାଇଥିବ ସେମାନେ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କ କିମ୍ବା କର୍ପୋରେଟିଭ ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ ନାହିଁ।

୫. ବୀମା ପଲିସିରେ ୫୦ ହଜ଼ାର ରୁ ଅଧିକ ଟଙ୍କା ଦେଇପାରିବେ ନାହିଁ। କେବଳ ସେତିକି ନୁହେଁ ବରଂ ଡେବିଟ୍ କିମ୍ବା କ୍ରେଡ଼ିଟ୍ କାର୍ଡ ପାଇଁ ମଧ୍ୟ ଆପଣ ଆବେଦନ କରିପାରିବେ ନାହିଁ।

୬. ୨ ଲକ୍ଷରୁ ଅଧିକ ଟଙ୍କାର କାରବାର କରୁଥିଲେ କିମ୍ବା ଗାଡ଼ି କିଣା ବିକା କରୁଥିଲେ ଏଥିପାଇଁ ଆପଣଙ୍କୁ ଅଧିକ ଟିକସ୍ ଦେବାକୁ ହେବ।

୭. ୧୦ ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି କିଣା ବିକା କିମ୍ବା ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଷ୍ଟାମ୍ପଥିବା ସମ୍ପତି ଉପରେ ଅଧିକ ଟିକସ ଦେବାକୁ ହେବ।