ଚାମଚ ସାହାଯ୍ୟରେ ସୁଡ଼ଙ୍ଗ ଖୋଳି ଜେଲରୁ ଫେରାର ହୋଇଗଲେ ୬ କଏଦୀ, ପୁରା ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

 
Prisnor escape

କଏଦୀମାନେ ଜେଲ ଭିତରୁ ଚତୁରତାର ସହ ଖସି ପଳାଉଥିବାର ଦୃଶ୍ୟ ଫିଲ୍ମରେ ତ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। କିନ୍ତୁ, ଏକ ହାଇସିକ୍ୟୁରିଟି ଜେଲ୍ ଭିତରୁ ସୁଡ଼ଙ୍ଗ ଖୋଲି କଏଦୀମାନେ ଖସି ଯାଇଥିବା ଘଟଣା ବାସ୍ତବରେ ଘଟିଛି। ଇସ୍ରାଇଲର ସୁବଠାରୁ ସୁରକ୍ଷିତ ଜେଲ କୁହାଯାଉଥିବା ଗିଲ୍ବୋଆ ଜେଲ ଭିତରୁ ୬ ଜଣ କଏଦୀ ଖସି ଯିବାକୁ ସକ୍ଷମ ହୋଇଛନ୍ତି।

Tunnel

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେମାନେ ଏତେ ବଡ଼ ସୁଡ଼ଙ୍ଗ ଖୋଳିବା ପାଇଁ ମାତ୍ର ଗୋଟିଏ ଚାମଚ ବ୍ୟବହାର କରିଥିଲେ। ଏହି କଏଦୀମାନେ ବାଥରୁମ୍‌ର ସିଙ୍କ୍ ତଳେ ଖୋଳିଥିବା ସୁଡଙ୍ଗ ଯୋଗେ ଇସ୍ରାଏଲର ଏହି ଜେଲରୁ ସୋମବାର ଫେରାର ହୋଇଯାଇଛନ୍ତି। କଏଦୀମାନଙ୍କ ଫେରାର ହେବାର ଖବର ଆସିବା ପରେ ସେମାନଙ୍କୁ ସେଠାକାର ପୋଲିସ ଖୋଜିବାରେ ଲାଗିପଡିଛି।

Prisnor

ମିଳିଥିବା ସୂଚନା ଅନୁଯାଇ ଖସିଯାଇଥିବା ୬ କଏଦୀମାନଙ୍କ ମଧ୍ୟରେ ଶୀର୍ଷ ଶ୍ରେଣୀର Al Aqsa ର ଆତଙ୍କବାଦୀ ନେତା ରହିଛି। ସେହିଭଳି ଅନ୍ୟ ୫ ଜଣ କଏଦୀ ଗାଜା ସ୍ଥିତ ଆଉ ଏକ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି। ମାତ୍ର ଏକ ଚାମଚ ସାହାଯ୍ୟରେ କଏଦୀମାନେ ବାଥରୁମ୍ ଭିତରୁ ଜେଲ୍ ବାହାର ପର୍ଯ୍ୟନ୍ତ ସୁଡଙ୍ଗ ଖୋଳିଥିବା କଥା ଜଣାପଡିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଛି।