ଖୋଲିଲାନି ସିଟ୍ ବେଲ୍ଟ! କାର୍ ଭିତରେ ଜୀଅନ୍ତା ଜଳିଗଲେ ଗର୍ଭବତୀ ମହିଳା, ପେଟରେ ଥିଲା ଛୁଆ, ଆଉ ତାପରେ...

 
Seat belt

ସିଟ୍ ବେଲ୍ଟ ନ ଖୋଲିବାରୁ କାର ଭିତରେ ଜୀଅନ୍ତା ଜଳିଗଲେ ଗର୍ଭବତୀ ମହିଳା ଓ ତାଙ୍କ ସ୍ୱାମୀ। ଉତ୍ତର କେରଳ କନ୍ନୁର ଅଞ୍ଚଳରେ ଏଭଳି ହିଁ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସମ୍ପୃକ୍ତ ପରିବାରର ପ୍ରାୟ ସମସ୍ତେ ଉକ୍ତ ଗାଡ଼ିରେ ଯାଉଥିଲେ ହେଁ କେବଳ ଏହି ଦମ୍ପତ୍ତିଙ୍କର ହିଁ ଜୀବନ ଚାଲି ଯାଇଛି।

Mishap

ମିଳିଥିବା ସୂଚନା ଅନୁଯାଇ ମୃତକଙ୍କ ନାମ ରିସା (୨୬) ଓ ତାଙ୍କ ସ୍ୱାମୀ ପ୍ରଜିଥ୍‌ (୩୨) ଅଟେ। ସମ୍ପର୍କୀୟଙ୍କ କହିବା ଅନୁଯାଇ ରିସା ଗର୍ଭବତୀ ଥିଲେ ତେଣୁ ସମସ୍ତେ ତାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ। ତେବେ, ଅଧା ରାସ୍ତାରେ କାରରୁ ଧୂଆଁ ବାହାରିବାକୁ ଲାଗିଥିଲା। କାର ଚଳାଉଥିବା ପ୍ରଜିଥ୍‌ ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ।

Car

କିନ୍ତୁ, ସେ ଏବଂ ଆଗ ସିଟରେ ବସିଥିବା ତାଙ୍କ ସ୍ତ୍ରୀ ରିସା କାର୍ ଭିତରୁ ବାହାରି ପାରିନଥିଲେ। ସେମାନଙ୍କର ସିଟ୍ ବେଲ୍ଟ ଠିକ୍ ସମୟରେ ଖୋଲିନଥିଲା ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି। ତେବେ, ଉପସ୍ଥିତ ଥିବା ଲୋକେ ଅପ୍ରାଣ ଚେଷ୍ଟା କରିଥିଲେ ହେଁ ସେମାନଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇନଥିଲେ। ସର୍ଟ ସର୍କିଟ ହେତୁ କାରରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।