ଓଡିଶା ମୁହାଁ ବାତ୍ୟା! ପାଣିପାଗ ବିଭାଗର ଆକଳନ ରାଜ୍ୟର ଏହି ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟଶ୍’

 
Cyclone yash

ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ସୁପର ସାଇକ୍ଲୋନ 'ୟଶ୍' ମେ ୨୩ ରୁ ୨୫ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିବା ଅନୁଯାଇ ଏହି ସାମୁଦ୍ରିକ ଝଡ଼ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାପରେ ଏହି ସାମୁଦ୍ରିକ ଝଡ ବାଙ୍ଗଲାଦେଶ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଇଛି।

ଏହି ସାମୁଦ୍ରିକ ଝଡ଼ର ପ୍ରକୋପ କେତେ ରହିବ, କେତେ ଜୋରେ ପବନ ବୋହିବ ତାହାକୁ ନେଇ ପାଣିପାଗ ବିଭାଗ ନିଶ୍ଚିତ ଭାବରେ କିଛି କହିପାରୁନାହାନ୍ତି। ତେବେ ସପ୍ତାହେ ଭିତରେ ଏହି ଝଡ଼ ଦାନା ବାନ୍ଧିବା ସହ ନିଜର ଶକ୍ତି ବଢ଼ାଇବ ଏବଂ ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ତେବେ ଏହି ଝଡ଼ର ପ୍ରକୋପ ନିଶ୍ଚିତ ଭାବରେ ଓଡିଶାରେ ଦେଖିବାକୁ ମିଳିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ତେବେ କ୍ରେଜ୍ ରିପବ୍ଲିକର ଘରୋଇ ପାଣିପାଗ ଆକଳନ ସଂସ୍ଥା ଅନୁଯାଇ ଏହି ସାମୁଦ୍ରିକ ଝଡ଼ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଏବଂ ଦୀଘା ମଧ୍ଯରେ ଆସନ୍ତା ୨୬ ତାରିଖ ରାତି ପ୍ରାୟ ୨ଟା ବେଳେ ସ୍ଥଳଭାଗ ଛୁଇଁବ। ଏହି ଆକଳନ ଯଦି ଠିକ ହୁଏ ତେବେ ଓଡ଼ିଶାରେ 'ୟଶ୍' ବହୁତ କ୍ଷୟକ୍ଷତି କରିବ ବୋଲି ଅନୁମାନ କରାଯାଉଛି।