ଦେଖନ୍ତୁ ଭିଡ଼ିଓ: ଉପନିର୍ବାଚନ ପ୍ରଚାରରେ କମ୍ପୁଛି ପିପିଲି, ସାଇକେଲରେ ବୁଲି ବୁଲି ଭୋଟ ଭିକ୍ଷା କରିଲେ ପ୍ରତାପ ଷଢଙ୍ଗୀ ଏବଂ ପିଙ୍କି ପ୍ରଧାନ

 
Nana

ତିନି ତିନିଥର ତାରିଖ ଘୋଷଣା ପରେ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ହେବାକୁ ଯାଉଛି। ଏଥିପାଇଁ ପ୍ରକମ୍ପିତ ହେଉଛି ପ୍ରଚାର ମୈଦାନ। ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବାକୁ ଓଲ୍ହାଇଛନ୍ତି ଅନେକ ଷ୍ଟାର କ୍ୟାମ୍ପେନର ଏବଂ ଦଳୀୟ ହେଭିଓ୍ବେଟ୍‌। ଏହାରି ଭିତରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଜାରି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଅଭିନେତ୍ରୀ ତଥା ଷ୍ଟାର କ୍ୟାମ୍ପେନର ପିଙ୍କି ପ୍ରଧାନ।

Election rally

ଏହି କ୍ରମରେ ଅଭିନେତ୍ରୀ ପିଙ୍ଗି ପ୍ରଧାନ ଏବଂ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ରବିବାର ପିପିଲିର ସାଁପୁର ପଞ୍ଚାୟତର ବିଭିନ୍ନ ଗାଁରେ ବୁଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଉଭୟେ ସାଇକେଲ ଚଳାଇ ଡୋର ଟୁ ଡୋର କ୍ୟାମ୍ପେନ ଜାରି ରଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ସେପ୍ଟେମ୍ବର ୪ ତାରିଖରେ ଚତୁର୍ଥ ଥର ପାଇଁ ତାରିଖ ଘୋଷଣା କରିଥିଲେ। ଏଠାରେ କହିରଖୁଛୁ ଯେ ସେପ୍ଟେମ୍ଵର ୩୦ରେ ଉପ ନିର୍ବାଚନ ଏବଂ ଅକ୍ଟୋବର ୩ରେ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି।  

Pinki pradhan

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିପିଲି ମୈଦାନରେ ୧୦ ପ୍ରାର୍ଥୀ ଥିବାବେଳେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଜୋରଦାର ସଂଘର୍ଷ ହେବ। ସେହିପରି କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଇଣ୍ଡୋର ମିଟିଂରେ ସର୍ବାଧିକ ୨ ଶହ ଲୋକ,  ଆଉଟଡୋର୍ ମିଟିଂରେ ସର୍ବାଧିକ ୫ ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ଦିଆଯାଇଛି। ପ୍ରଚାର ପାଇଁ ବାଇକ୍ ରାଲି ଓ ରୋଡ୍ ସୋ’କୁ ଅନୁମତି ମିଳିନଥିବା ବେଳେ। ମାତ୍ର ୫ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିବାକୁ ଅନୁମତି ମିଳିଛି।