ପ୍ରଜ୍ଞାନ ଦେଖାଇଲା ଜହ୍ନ ରେ କଳଙ୍କର ରହସ୍ୟ! ଜହ୍ନର ଏହି କଳା ଦାଗ ପଛରେ ଅଛି ବଡ଼ ରହସ୍ୟ, ଜାଣନ୍ତୁ ପୁରା ଖବର

 
Moon misson

ଅନେକ ଦିନର ଭାରତବାସୀଙ୍କ ମାମୁଁ ଘର ଯିବାର ସ୍ଵପ୍ନ ପୁରା ହୋଇଛି। ଜହ୍ନକୁ ସାଧାରଣତଃ ଆମେ ମାମୁଁର ଆକ୍ଷା ଦେଇଥାଉ। ଜହ୍ନକୁ ନେଇ କାହିଁ କେତେ ପୁସ୍ତକ ଆଦିରେ ନାନା ବିଧି କଥା ବର୍ଣ୍ଣନା ହୋଇଛି।କାହିଁ କେତେ କବି,ଲେଖକ ଜହ୍ନର ବାହ୍ୟ ଚମକକୁ ଦେଖି ଲେଖିଛନ୍ତି କେତେ ଗପ, ଗୀତ, କେତେବେଳେ ଜହ୍ନକୁ ପ୍ରେମିକା ଆକ୍ଷା ଦେଇଛନ୍ତି ତ କେତେବେଳେ ତାର ସ୍ୱର କୁ ନଦୀ, ପାହାଡ଼ ସହିତ ତୁଳନା କରିଛନ୍ତି।

Moon

ହେଲେ ଚନ୍ଦ୍ରର ବାସ୍ତବ ଛବି ଏବେ ଆମ ଆଖି ସାମ୍ନାରେ। ଭାରତର ଚନ୍ଦ୍ରଜାନ - ୩ ର ସଫଳତା ପରେ ଜହ୍ନର ଅତି ନିକଟ ସମ୍ପର୍କୀୟ ହୋଇଯାଇଛେ ଆମେ।ଜହ୍ନକୁ ନେଇ ଆମର ସବୁ ଉତକଣ୍ଠା, ଆଗ୍ରହ ଦୂର କରିବ ରୋଭର ଓ ପ୍ରଜ୍ଞାନ। ଚନ୍ଦ୍ରଯାନ - ୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞାନ ଅଲଗା ହୋଇଯାଇଥିଲେ ଲ୍ୟାଣ୍ଡର ବିକ୍ରମ ଠାରୁ। ରୋଭର୍ ପ୍ରଜ୍ଞାନର ରହିଛି ୬ଟି ଚକ। ଯାହା ସାହାଯ୍ୟରେ ସେ ଚନ୍ଦ୍ରପୃଷ୍ଠର ପ୍ରତିଟି ସ୍ଥାନ ଭ୍ରମଣ କରି ସଂଗ୍ରହ କରୁଛି ଫୁଟେଜ। ଯାହାକୁ ସେ ପଠାଉଛି ବିକ୍ରମକୁ ଓ ବିକ୍ରମ ପଠାଉଛି ଇସ୍ରୋ ଷ୍ଟେସନକୁ। ଦୁହେଁ ସୂର୍ଯ୍ୟାଲୋକରେ ଚାଳିତ ହେତୁ ଆଗାମୀ ୧୪ଦିନ ପାଇଁ କାର୍ଯ୍ୟ କରିବେ ଏବଂ ପରେ ନିଷ୍କ୍ରିୟ ମଧ୍ୟ ହୋଇପାରନ୍ତି। କାରଣ ଆଗାମୀ ୧୪ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ରହିବ ସୂର୍ଯ୍ୟାଲୋକ।

ପ୍ରଜ୍ଞାନର ମୁଖ୍ୟ କାର୍ଯ୍ୟ ହେଉଛି ଚନ୍ଦ୍ରରେ ଜୀବନ ସମ୍ଭବ କି ନାହିଁ ତାର ସନ୍ଧାନ କରିବା। ଚନ୍ଦ୍ର ସାଧାରଣତଃ ଆମକୁ ରାତି ବେଳା ଦେଖା ଯାଇଥାଏ। ଦିନ ବେଳା ସୂର୍ଯ୍ୟଙ୍କ ପ୍ରଖର କିରଣ ହେତୁ ଏହା ଆମକୁ ଦେଖା ଯାଇନଥାଏ। ଚନ୍ଦ୍ରର ନିଜସ୍ଵ ଆଲୋକ ନ ଥିବା ବେଳେ ସୂର୍ଯ୍ୟଙ୍କ ଠାରୁ ଗ୍ରହଣ କରୁଥିବା ଆଲୋକ ଦ୍ୱାରା ରାତ୍ରିରେ ସେ ଆମକୁ ଏକ ଧଳା ବଲ୍ ପରି ଦେଖାଯାଏ। ଏଥି ମଧ୍ୟରେ ଆସନ୍ତୁ ଜାଣିବା ଚନ୍ଦ୍ର ବିଷୟରେ ଆଉ କିଛି ତଥ୍ୟ।

gf

ଚନ୍ଦ୍ର ପୃଷ୍ଠର ରଙ୍ଗ କିଭଳି ?

  • ଏହା ଆମକୁ ଧଳା ଦେଖା ଯାଉଥିଲେ ମଧ୍ୟ ଏହାର ରଙ୍ଗ ଧଳା ନୁହେଁ। ଏହା ଧୁସରିଆ ରଙ୍ଗ ଓ କଳା ରଙ୍ଗର ମିଶ୍ରଣ ଅଟେ।

ଚନ୍ଦ୍ରରେ ଜୀବନ ସମ୍ଭବ କି ?

  • ଆମେ ଜାଣୁ ଚନ୍ଦ୍ରରେ ବାୟୁ କିମ୍ବା ଜଳ ନାହିଁ ବୋଲି ହେଲେ ଚନ୍ଦ୍ର ପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ରହିଛି । ଯେଉଁଥି ପାଇଁ ଅନୁମାନ କରାଯାଉଛି ଯେ ସେଠାରେ ଜଳ ଥାଇ ପାରେ ଯାହାର ସନ୍ଧାନ  ଏବେ ପ୍ରଜ୍ଞାନ କରୁଛି।

ଚନ୍ଦ୍ରମାରେ ରହିଥିବା ଦାଗ କଣ ? ଏହା କିଭଳି ସୃଷ୍ଟି ହୋଇଛି

  • ଚନ୍ଦ୍ରମାରେ ଜଳ କିମ୍ବା ବାୟୁ ନଥିବା ହେତୁ ଏଥିରେ ପଡ଼ିଥିବା ଦାଗ ଦୀର୍ଘ ଦିନ ପାଇଁ ରହିଯାଏ ।ଏପରିକି ପ୍ରଜ୍ଞାନ ଏବଂ ବିକ୍ରମ ର ଦାଗ ମଧ୍ୟ ଚନ୍ଦ୍ରରେ ଚିରକାଳ ପାଇଁ ରହିଗଲା ।ସେହି ଭଳି  ଉଲ୍କକା ପିଣ୍ଡ ଚନ୍ଦ୍ରର ଉପରେ ପଡ଼ି ଅନେକ ବଡ଼ ବଡ଼ ଦାଗ ସୃଷ୍ଟି କରିଥାନ୍ତି ।ଯାହା ଆଗରୁ ଦୂରରୁ କଳା ଦାଗ ପରି ଦେଖାଯାଏ।।।