ଦେଖନ୍ତୁ ଭିଡ଼ିଓ: ରସିକିଆ ପୋଲିସ ବାବୁଙ୍କ କାରନାମା, ସ୍ୱାମୀ ଘରେ ନଥିବା ବେଳେ ଘରେ ପଶି ମହିଳାଙ୍କୁ ପଛପଟୁ ଧରି ଦେଲେ ଏବଂ...

 
Police

ପୋଲିସ ବାବୁଙ୍କ କଳା କାରନାମା! ସ୍ୱାମୀ ନଥିବା ବେଳେ ଘରେ ପଶି ଜଣେ ପୋଲିସ ଏସଆଇ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହିତ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ପଚରାଉଚରା ଜାରି ରଖିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଖବର ମୁତାବକ ସେଠାକାର ଜଣେ ବିବାହିତା ମହିଳା କୌଣସି ମାମଲାକୁ ନେଇ ଥାନାକୁ ଯାଇଥିଲେ। ସେଠାରେ ସମ୍ପୃକ୍ତ ଏସଆଇ ବାବୁଙ୍କ ସହିତ ତାଙ୍କର ଦେଖା ହୋଇଥିଲା।

ପୋଲିସ ବାବୁ ଜଣକ କୌଶଳକ୍ରମେ ମହିଳାଙ୍କର ମୋବାଇଲ ନମ୍ବର ନେଇଯାଇଥିଲେ। ଯାହାପରେ ଫୋନ କରି ସେ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ଆସିଛି। 

ତେବେ, ମହିଳା ଜଣକ ବାରମ୍ବାର ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଫିଲ୍ମ ଷ୍ଟାଇଲରେ ପୋଲିସ ବାବୁ ତାଙ୍କ ଘରକୁ ବିୟର ବୋତଲ ଧରି ପହଞ୍ଚି ଯାଇଥିଲେ। ସେଠାରେ ମହିଳାଙ୍କୁ ସ୍ପର୍ଶ କରିବା ସହିତ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ, ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି1 ଯାଇ ପୋଲିସ ଏବଂ ପଡ଼ୋଶୀ ଲୋକଙ୍କୁ ଏଥିନେଇ ସୂଚନା ଦେଇଥିଲେ। ଅଭିଯୁକ୍ତ ପୋଲିସ ବାବୁଙ୍କୁ ଏବେ ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ନିଦରେ ଶୋଇଥିଲେ, ହଠାତ୍ ଶୁଭିଲା ଭୟଙ୍କର ଶଦ୍ଦ...କେହି କିଛି ବୁଝିବା ଆଗରୁ ଛାରଖାର ହୋଇଗଲା ୫ ଜୀବନ