ଦେଖନ୍ତୁ ଭିଡ଼ିଓ: ଇଲେକ୍ଟ୍ରି ବଲବ୍ ଚୋରି କରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ! ଭିଡ଼ିଓ ଭାଇରାଲ….

ସାଧାରଣତଃ ରାତିରେ ପୋଲିସ ଓ ପିସିଆର୍ ଚୋରି ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ପାଟ୍ରୋଲିଂରେ ବାହାରିଥାଏ। କିନ୍ତୁ, ଥରେ ଭାବନ୍ତୁ ଯେ ଜନସାଧାରଣଙ୍କ ସୁରକ୍ଷା କରିବାକୁ ଡ୍ୟୁଟିରେ ଥିବା ପୋଲିସ ଯଦି ନିଜେ ଚୋରି କରେ ତେବେ କଣ ହେବ? ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜ୍ ସହରରେ ଏହିଭଳି ହିଁ ଏକ ଚିତ୍ର ସାମ୍ନାକୁ ଆସିଛି।
ରାତିରେ ପ୍ୟାଟ୍ରୋଲିଂ ପାଇଁ ନିୟୋଜିତ ହୋଇଥିବା ଜଣେ ପୋଲିସ କର୍ମୀ ସାମାନ୍ୟ ଇଲେକ୍ଟ୍ରି ବଲ୍ବ ଚୋରି କରି ନିଜ ଚାକିରୀ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଫୁଲପୁର ଥାନା ଦରୋଗା ରାଜେଶ ବର୍ମା ରାତି ଡ୍ୟୁଟିରେ ଥିବାବେଳେ ସେହି ଅଞ୍ଚଳରେ ଲାଗିଥିବା ଏକ ବଲ୍ବ ଚୋରି କରି ପକେଟରେ ପୁରାଇ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା।
@Uppolice @ADGZonPrayagraj @igrangealld @JagranNews
— Ankur Tripathi (@AnkurTripathii) October 14, 2022
और गश्त पर निकले इन दारोगा ने तो खुद चोरी कर ली, बल्ब ही चुरा लिया। वायरल वीडियो प्रयागराज का बताया जा रहा है। जांच भी शुरू हो गई है..... pic.twitter.com/0AXZWs26Aq
ଏଥିନେଇ ଅଭିଯୁକ୍ତ ରାଜେଶ ବର୍ମାଙ୍କୁ ପୋଲିସ ତରଫରୁ ସ୍ପଷ୍ଟୀକରଣ ମଗା ଯାଇଥିବା କୁହାଯାଇଛି। ତେବେ, ପ୍ରାଥମିକ ତଦନ୍ତରେ ଡ୍ୟୁଟି ସମୟରେ ଅସାବଧାନତା ଏବଂ ଚୋରି କରିଥିବା ଅଭିଯୋଗ ହେତୁ ତାଙ୍କୁ ନିଲମ୍ବିତ କରାଯାଇଛି। ତେବେ, ସେ ଚୋରି କରିଛନ୍ତି କିମ୍ବା ନାହିଁ ସେଥିନେଇ ତଦନ୍ତ ଜାରି ରହିଥିବା କୁହାଯାଇଛି।