ବାଃ ରେ ପୋଲିସ୍! ଏହି ସାମାନ୍ୟ କରୋନା ନିୟମ ଭାଙ୍ଗିବାରୁ ଦେଢ ବର୍ଷର ଶିଶୁର କାଟିଲେ ଚାଲାଣ, ଆଉ ତାପରେ...

 
Calan

ପୋଲିସର ନିୟମ ସମସ୍ତଙ୍କ ପାଇଁ, ଏହା ସମସ୍ତଙ୍କୁ ଜଣା,କିନ୍ତୁ ମାତ୍ର ଦେଢ଼ ବର୍ଷର ଛୋଟ ପିଲାଟିଏ ପାଇଁ ମଧ୍ୟ ଚାଲାଣ କଟାଯାଇପାରିବ, ଏହା ଶୁଣିଲେ ଅଜବ ଲାଗିବ ନିଶ୍ଚିତ। ଏହିପରି ଏକ ଘଟଣା ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଘଟିଛି। ଯେଉଁଠାରେ ପୋଲିସ କରୋନା ନିର୍ଦ୍ଦେଶାବଳୀ ପାଳନ କରିନଥିବାରୁ ଏକ ଦେଢ଼ ବର୍ଷର ଛୋଟ ପିଲା ଉପରେ ଚାଲାଣ କାଟି ରସିଦ ହସ୍ତାନ୍ତର କରିଛି।

ଏହି ଘଟଣାରେ ମାସ୍କକୁ ସଠିକ୍ ଭାବରେ ପରିଧାନ କରିନଥିବାରୁ ପିଲାଟି ଉପରେ ୧୦୦ ଟଙ୍କା ଚାଲାଣ କଟାଯାଇଥିଲା, କିନ୍ତୁ ଚାଲାଣ ରେ ପିଲାଟିର ବୟସ ବଦଳରେ ତା ପିତାଙ୍କ ବୟସ ଲେଖାଯାଇଥିଲା,ତେଣୁ ଏହି ଘଟଣାର ତଦନ୍ତ ନିର୍ଦେଶ କରାଯାଇଛି।  

ଦୈନିକ ପୋର୍ଟାଲରେ ପ୍ରକାଶିତ ଖବର ଅନୁଯାୟୀ, ଗୋଟିଏ ପରିବାରର ଦୁଇଜଣ ପିଲା ଡ୍ରାଇଭରଙ୍କ ସହ ଯାଉଥିଲେ। ସେଥିମଧ୍ୟରୁ ଜଣେ ୬ ବର୍ଷର ହୋଇଥିବା ବେଳେ ଅନ୍ୟଜଣେ ମାତ୍ର ଦେଢ଼ ବର୍ଷ ବୟସରେ ପିଲା ଥିଲେ। ବାଟରେ ପୋଲିସ ସେମାନଙ୍କୁ ଚେକିଂ ପଏଣ୍ଟରେ ଅଟକାଇଥିଲା।  ଡ୍ରାଇଭର ଏବଂ ୬ ବର୍ଷର ଶିଶୁ ନିଜର ମାସ୍କ ପିନ୍ଧିଥିବା ବେଳେ ଦେଢ଼ ବର୍ଷର ଶିଶୁଟିର ମାସ୍କ ତା କାନରେ ଝୁଲୁଥିଲା। ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ପୋଲିସ ଶିଶୁଟି ନାଁରେ ୧୦୦ ଟଙ୍କାର ଏକ ଚାଲାଣ କାଟିଥିଲେ।

ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକେ ପୋଲିସ କୁ ନେଇ ପରିହାସ କରିଥିଲେ। ଏହି ଅଞ୍ଚଳର ଏସପି ରାଜୀବ କୁମାର ପୋଲିସ କର୍ମଚାରୀଙ୍କୁ ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ କହୁଥିବା ବେଳେ ଅନ୍ୟପଟେ ପୋଲିସର ଏପରି ମନୋଭାବ ସାଧାରଣ ଲୋକଙ୍କ ମନରେ ସଙ୍କା ସୃଷ୍ଟି କରୁଛି।