ରାମ ମନ୍ଦିର ପାଇଁ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ମୋଦୀ, ଭୂଇଁରେ ଶୋଇବେ, 11 ଦିନ ଯାଏ କରିବେ କଠିନ ଉପବାସ

 
Rama

ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ନେଇ ଆପଣ ସମସ୍ତେ ତ ନିଶ୍ଚିତ ଭାବରେ ଜାଣିଥିବେ। ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଯମାନ ଭାବରେ ଯୋଗ ଦେବେ। ୧୨୧ ଜଣ ଆଚାର୍ଯ୍ୟ ବ୍ରାହ୍ମଣଙ୍କ ସହିତ ନରେନ୍ଦ୍ର ମୋଦୀ ଯଯମାନ ରହିବେ। ଏଠାରେ କହି ରଖୁଛୁ ଯେ ଯଯମାନ ହେବା କୌଣସି ଛୋଟ କଥା ନୁହେଁ। କିଛି ବଡ କାମ କରିବା ପୂର୍ବରୁ ଯଯମାନଙ୍କୁ ହିଁ ନିଷ୍ଠାର ସହିତ ରହିବାକୁ ପଡିଥାଏ। ଏହା ହିନ୍ଦୁ ଧର୍ମର ଏକ ପରମ୍ପରା ଅଟେ। 

Modi ji

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଏଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ଉଠିବା ପର୍ଯ୍ୟନ୍ତ ବହୁ ନୀତି ନିୟମର ପାଳନ କରିବାକୁ ହୋଇଥାଏ। ଉଧାହରଣ ସ୍ୱରୂପ ୨୪ ଘଣ୍ଟା ମଧ୍ୟରେ ମାତ୍ର ୩ ରୁ ୪ ଘଣ୍ଟା ଶୋଇବାକୁ ହୋଇଥାଏ। ଏହି ୧୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନରେ ଯଯମାନଙ୍କ ସହିତ ଆଚାର୍ୟଙ୍କୁ ମାଟି ଚଟାଣରେ ଶୋଇବାକୁ ପଡିଥାଏ। ଶୋଇବା ପାଇଁ କୌଣସି ଖଟ କି ଗଦି ଦିଆ ଯାଇନଥାଏ ବରଂ ମାଟି ଉପରେ କୁଶ ଆସନ ବିଛା ଯାଇଥାଏ। 

Ram mandir

ଏହି ସମୟ ରେ ସମ୍ପୂର୍ଣ ନିରାମିଷ ଭୋଜନ କରିବାକୁ ପଡିଥାଏ। ଯଯମାନ ସମେତ ସମସ୍ତ ଆଚାର୍ୟ ଏହି ସମୟ ରେ ସାତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି। ଏସବୁ ମଧ୍ୟରେ ଯେତେବେଳେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯଯମାନ ବସୁଛନ୍ତି ସେତେବେଳେ ମୋଦୀ ଙ୍କୁ ୧୧ ଦିନ ମାଟି ଚଟାଣରେ ଶୋଇବାକୁ ହେବ। 

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହାର ଆରମ୍ଭ ନିର୍ଦିଷ୍ଟ ସମୟରେ ହେବା ସହିତ ଏହା ବ୍ରାହ୍ମଣ ଭୋଜନ ପରେ ସମାପ୍ତ ହେବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନୁଷ୍ଠାନ ଶେଷ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ ବର୍ଷର ବାଦ ବିବାଦ ଏବଂ କୋର୍ଟରେ ମାମଲା ଲଢ଼ିବା ପରେ ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ:- ରାମ ମନ୍ଦିରକୁ ଦାନ ଦେଇ କଲେ ରେକର୍ଡ ଏହି ୨ଜଣ, ଦେଲେ ସବୁଠାରୁ ଅଧିକ ଦାନ, ଜାଣନ୍ତୁ କେତେ