ଗୋ ମୂତ୍ରରେ କାହିଁକି ସ୍ନାନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ! ୧୦ ପ୍ରକାର ସ୍ନାନ କରିବେ, ଜାଣନ୍ତୁ ପୁରା ଖବର
ଏଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ବେଶ୍ ଆକର୍ଷଣୀୟ ରହିଛି । ଏହି ଉତ୍ସବରେ ପ୍ରଥମ ଯଜମାନ ହିସାବରେ ଡାକ୍ତର ଅନୀଲ ମିଶ୍ରା ଓ ତାଙ୍କ ଧର୍ମ ପତ୍ନୀ ଉଷା ମିଶ୍ରା ରହିଥିବା ବେଳେ ଯଜମାନଙ୍କ ତାଲିକାରେ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ୍ ଅଛନ୍ତି । ମନ୍ଦିର ପ୍ରତିଷ୍ଠାକୁ ନେଇ ଯେଉଁ ସବୁ ନିୟମ ନିଷ୍ଠା ରହିଛି ତାହା ସବୁକୁ ଏହି ଯଜମାନମାନେ ମଧ୍ୟ ପାଳନ କରିବେ ।
Follow our WhatsApp channel and get all the Latest news
ଶୁଣିବାକୁ ମିଳୁଛି ଯଜମାନମାନଙ୍କୁ ପ୍ରତିଷ୍ଠା କାର୍ଯ୍ୟରେ ଭାଗ ନେବା ପୂର୍ବରୁ ୧୦ ପ୍ରକାରର ସ୍ନାନ ସରାୟୁ ନଦୀରେ କରିବାକୁ ପଡ଼ିବ । ଏହି ସ୍ନାନ ମଧ୍ୟ କେତେ ପ୍ରକାରର ବିଶେଷ ଦ୍ରବ୍ୟର ମିଶ୍ରଣରେ କରାଯିବ । ଯେପରିକି ; ଗୋ ମୂତ୍ର , ଗାଈ କ୍ଷୀର , ମହୁ , ଘିଅ , ଦହି ଇତ୍ୟାଦି । ଏପରିକି ରାମଙ୍କୁ ମଧ୍ୟ ଏହି ନଦୀରେ ସ୍ନାନ କରାଯିବ ।
ଏହା ପରେ ରାମଙ୍କ ଆଖିରେ ପଟି ବନ୍ଧାଯାଇ ତାଙ୍କୁ ଗର୍ଭ ଗୃହରେ ସ୍ଥାପନ କରାଯିବ । ଏହି ପରି ଭାବେ ୫୦ ପ୍ରକାରର ରୀତି ନୀତି ରହିଛି । ଯାହା ସମାପ୍ତ ହେବା ପରେ ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାମଲାଲାଙ୍କ ଆଖିରୁ ପଟି ଖୋଲାଯାଇ ତାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ ।