ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ମିଳିବ ୩ କୋଟି ଲୋକଙ୍କୁ ଘର, ଶୀଘ୍ର କାରାନ୍ତ ଆବେଦନ

 
pm aswas yojna odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୫ ଜୁନ୍ ୨୦୧୫ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ, ଭୂମିହୀନ ଲୋକମାନେ ଘର ନିର୍ମାଣ କିମ୍ବା କିଣିବାର ଲାଭ ପାଇବେ। ଏଥିପାଇଁ କିଛି ଯୋଗ୍ୟତା ରହିବା ଉଚିତ୍। 

ଯଦି ଆପଣଙ୍କର ସେହି ଯୋଗ୍ୟତା ଅଛି ତେବେ ଆପଣ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ଲୋକମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ଏବଂ ନିଜ ଘର ନିର୍ମାଣ କରିପାରିବେ ନାହିଁ। ସେମାନେ ଏହି ଯୋଜନା ମାଧ୍ୟମରେ ନିଜର ଘର ନିର୍ମାଣ କରିପାରିବେ। ଏଥିପାଇଁ କିଛି ଯୋଗ୍ୟତା ସ୍ଥିର କରାଯାଇଛି। 

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର। ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। 

ଆଉ ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ପିଏମଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪ କୋଟି ୨୧ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି। ପିଏମଏୱାଇ ଅଧୀନରେ ନିର୍ମିତ ସମସ୍ତ ଘରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ରହିଛି।

ଯାହାକି ସମନ୍ୱୟ ମାଧ୍ୟମରେ ଘରୋଇ ଶୌଚାଳୟ, ଏଲପିଜି ସଂଯୋଗ, ବିଦ୍ୟୁତ୍‌ ସଂଯୋଗ, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଥାଏ। ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ଆଜିର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।