ଦେଖନ୍ତୁ ଭିଡ଼ିଓ: ବଢୁଛି ନୂଆ ସଂକ୍ରମଣ, 'Zombie' ପରି ବ୍ୟବହାର କରୁଛନ୍ତି ପାରା….

 
Paramyxo

ଦୀର୍ଘ ଦୁଇବର୍ଷ ଧରି କରୋନା ଭୂତାଣୁ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିଲା। ଏହି ମହାମାରୀ ପରେ ସଂକ୍ରାମକ ରୋଗକୁ ନେଇ ଲୋକଙ୍କ ମନରେ ଛନକା ପଶି ଯାଇଛି। ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ଭିଡ଼ିଓ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ କୌଣସି ପ୍ରକାର ରୋଗରେ ସଂକ୍ରମିତ ହୋଇ ଏକ ପାରା 'zombie' ମାନଙ୍କ ପରି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

Virus

ୟୁକେ ସ୍ଥିତ ଦି ଜର୍ସି ସୋସାଇଟି ଫର ପ୍ରିଭେନସ ଅଫ୍ ଦି କ୍ରୁଏଲଟି ଅଫ୍ ଆନିମଲସ (ଜେଏସପିସିଏ) ଆନିମଲ ଆଶ୍ରୟସ୍ଥଳରେ ବିଗତ ଦିନ ମାନଙ୍କରେ ପାରା ମାନଙ୍କ ଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି। ପାରା ଗୁଡିକ ଏହି ରୋଗରେ ସଂକ୍ରମିତ ହେବାପରେ ସେମାନଙ୍କ ବେକ ମୋଡ଼ି ହୋଇଯାଉଥିବା ଦେଖିବାକୁ ମିଳୁଛି।

 ସେମାନେ ଠିକ ଭାବରେ ଚାଲି କିମ୍ବା ଉଡ଼ିନପାରିବା ସହିତ ଗୋଟିଏ ସ୍ଥାନରେ ଚାରିପଟେ ବୁଲୁଥିବା ପ୍ରାଣୀ ଉଦ୍ଧାରକାରୀ ସେବା ପକ୍ଷରୁ କୁହାଯାଇଛି। ଏହି ଭାଇରସର ନାମ ପାରାମିକ୍ସୋ ରଖାଯାଇଥିବା ବେଳେ ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଏହାକୁ ଠାବ କରାଯାଇଥିବା ସୂଚନା ମିଳିଛି। ମଳ, ମୂତ୍ର ଏବଂ ଅନ୍ୟ ଗୁପ୍ତ ମାଧ୍ୟମରେ ଏହା ସଂକ୍ରମିତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।