ରାସ୍ତାରେ ଚାଲି ଚାଲି ଯାଉଥିଲେ ଜଣେ ବ୍ୟକ୍ତି, ହଠାତ ଆକ୍ରମଣ କରିଦେଲା ଏହି ଅଜବ ଯିବ, ଜାଣନ୍ତୁ କଣ ହେଲା 

 
Hyna attack

ଜଙ୍ଗଲରେ ରହୁଥିବା ହିଂସ୍ର ପଶୁ ମାନଙ୍କ ମଧ୍ୟରେ ହାଇନା ଅନ୍ୟତମ। ହାଇନା ଗୁଡିକ ବିଶାଳ ଆକାରର ହୋଇଥାନ୍ତି, ଏମାନେ ସାଧାରଣତଃ ବଣ ଜଙ୍ଗଲରେ ରହିଥାନ୍ତି କିନ୍ତୁ ବେଳେ ବେଳେ ଏମାନେ ଜନବସତି ଆଡକୁ ଆସି ବ୍ୟାପକ କ୍ଷୟକ୍ଷତି ମଧ୍ୟ କରିଥାନ୍ତି। ଏବେ ମହାରାଷ୍ଟ୍ର ପୁନେ ସହରର ଖେଡ଼ ତାଲୁକା ରୁ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ଏକ ହାଇନା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। 

Hyna

ଭାଇରାଲ ହେଉଥିବା ଏହି ଫୋଟୋ ଗୁଡିକରେ ଜଣେ ବୃଦ୍ଧ ବ୍ୟକ୍ତି ଏକୁଟିଆ ରାସ୍ତାରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ରାସ୍ତା ପାର୍ଶ୍ଵରେ ଥିବା ଘଞ୍ଚ ବୁଦାରେ ପୂର୍ବରୁ ଛକି ରହିଥିବା ଏକ ହାଇନା ବୃଦ୍ଧଙ୍କ ଉପରକୁ ଅତର୍କିତ ଆକ୍ରମଣ କରୁଛି। ବୃଦ୍ଧ ଜଣକ ହଠାତ ଏତେ ବଡ଼ ହାଇନାକୁ ଦେଖି ଭୟବିତ ହେବା ସହ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ହେଁ ହାଇନା ତାଙ୍କୁ ତାହା କରିବାକୁ ଦେଇନଥିଲା।

Hyna attack

ତେବେ, ଭାଗ୍ୟବଶତଃ ସେଇ ବାଟ ଦେଇ ଯାଉଥିବା ଜଣେ ପଥଚାରୀ ହାଇନା ଠାରୁ ବୃଦ୍ଧଙ୍କୁ ବଞ୍ଚାଇବା ପାଇଁ ଉଧ୍ୟମ କରିଥିଲେ। ସେ ଏକ ଲାଠି ସାହାଯ୍ୟରେ ମାରିବାକୁ ଚେଷ୍ଟା କରିଥିଲେ ହେଁ ହାଇନାଟି ସେଠାରୁ ଖସି ପଳାଇଥିଲା। ତେବେ, ଏହାର କିଛି ଦିନ ପରେ ହାଇନାଟି ମୃତ ଅବସ୍ଥାରେ ମିଳିଥିଲା। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାଇ ହାଇନାଟି ପୂର୍ବରୁ ମଧ୍ୟ ଦୁଇ ଜଣଙ୍କ ଉପରେ ଆକ୍ରମଣ କରିଥିଲା। ସେ ଏହା ପୂର୍ବରୁ ଆହତ ଥିବାରୁ ତାର ମୃତ୍ୟୁ ଘଟିଥିବା କୁହାଯାଉଛି।

Man fight with hyna