Photo of man reading for exams in corona ward
Photo of man reading for exams in corona ward
Photo of man reading for exams in corona ward
Photo of man reading for exams in corona ward

ଇଚ୍ଛାଶକ୍ତି ଆଗରେ ହାର ମାନିଲା କରୋନା!! କରୋନା ୱାର୍ଡ ରେ ବସି ପରୀକ୍ଷା ପାଇଁ ପାଠ ପଢିଲେ ଯୁବକ,ପୁରା ଖବର ଅଟେ ବେସ୍ ପ୍ରେରଣାଦାୟକ…..

 
ଇଚ୍ଛାଶକ୍ତି ଆଗରେ ହାର ମାନିଲା କରୋନା!! କରୋନା ୱାର୍ଡ ରେ ବସି ପରୀକ୍ଷା ପାଇଁ ପାଠ ପଢିଲେ ଯୁବକ,ପୁରା ଖବର ଅଟେ ବେସ୍ ପ୍ରେରଣାଦାୟକ…..

କରୋନାର ଦ୍ୱିତୀୟ ଲହର ଭୟାବହତା ମଧ୍ୟରେ କିଛି ଚିତ୍ର ଏପରି ଆସୁଛି ଯାହା ବେସ୍ ପ୍ରେରଣାଦାୟକ ଅଟେ। ଓଡିଶାର ଏକ କରୋନା ୱାର୍ଡର ଏପରି ଗୋଟିଏ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଛାତ୍ର କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ CA ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଗଞ୍ଜାମ ଜିଲ୍ଲାର ଡିଏମ୍ ବିଜୟ କୁଲାଙ୍ଗେ ଏହି ଚିତ୍ରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି।

ଏହି ଚିତ୍ରଟି ସେ ଗଞ୍ଜାମ MKCG ମେଡିକାଲ କଲେଜ ପରିଦର୍ଶନ କରିବାକୁ ଯାଇଥିବା ବେଳେ ଉଠାଇଥିଲେ। ଏହି ଛବିରେ ଏହା ଦେଖାଯାଏ ଯେ ରୋଗୀ ଜଣକ ଏକ ମାସ୍କ ଏବଂ ଚଷମା ପିନ୍ଧି ଅଧ୍ୟୟନ କରୁଛନ୍ତି। ତାଙ୍କ ଶଯ୍ୟାରେ ପୁସ୍ତକ ଏବଂ ନୋଟବୁକ୍ ଗୁଡିକ ଥିବା ବେଳେ ସେ ଅଧ୍ୟାୟନ କରୁଛନ୍ତି।

କରୋନା ସଂକ୍ରମିତ ଯୁବକଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ସାହସ ଏବଂ ସକରାତ୍ମକତାକୁ ପ୍ରଶଂସା କରୁଥିବା ବେଳେ କିଛି ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ସେମାନଙ୍କର କହିବା ମୁତାବକ ଯୁବକ ଜଣକ ପଢିବାକୁ ସୁସ୍ଥ ଅନୁଭବ କରୁଥିବା ହେତୁ ତାଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଜ କରିଦେବା ଉଚିତ ଯାହାଫଳରେ ଆଉ ଜଣେ କେହି ଏହା ଦ୍ୱାରା ଉପକୃତ ହୋଇପାରିବେ।

From around the web