'ପଢି ପଢି ମୁଁ ପାଗଳ ହେଇଗଲିଣି' ପାଠ ନ ପଢିବାକୁ କୁନି ପିଲାର ଏହି ବାହାନା ଶୁଣି ହୋଇଯିବେ ତାଜୁବ୍, ଦେଖନ୍ତୁ ଭିଡିଓ

 
Viral kid

ସୋସିଆଲ ମିଡିଆରେ କେବେ କେଉଁ ଭିଡ଼ିଓ ଭାଇରାଲ ହୋଇଯାଏ ତାହାକୁ ଅନୁମାନ କରିବା ଅସମ୍ଭବ ଅଟେ। ଅନେକ ସମୟରେ ଛୋଟ ପିଲାମାନଙ୍କର ଅଝଟ ହେଉଥିବାର ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ବର୍ତ୍ତମାନ ମଧ୍ୟ ଏହିପରି ଭିଡିଓ ଭାଇରାଲ ହେବାରେ ଲାଗିଛି,ଏହି ଭିଡିଓରେ ଛୋଟ ପିଲାଟିଏ ପାଠ ନ ପଢ଼ିବା କିପରି ବାହାନା କରୁଛି ତାହା ଦେଖିଲେ ଆପଣଙ୍କୁ ନିଜ ପିଲାଦିନ କଥା ନିଶ୍ଚିତ ମନେ ପଡିଯିବ।

ଏହି ଭିଡ଼ିଓରେ ଏକ ଶିଶୁ ପାଠ ପଢ଼ା ନା ଶୁଣି କାନ୍ଦିବା ସହ ଶିକ୍ଷକଙ୍କୁ ଏହାର ଅଭିଯୋଗ କରୁଥିବାର ଦେଖାଯାଏ। ଏହି ଭିଡ଼ିଓରେ ଅନେକ ଛୋଟ ପିଲାମାନେ ତଳେ ବସି ପଢୁଥିବାର ଦେଖାଯାଉଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା କାନ୍ଦୁଥିବାରୁ ତାକୁ ଶିକ୍ଷକ କଣ ପାଇଁ କାନ୍ଦୁଛ ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ପିଲାଟି କାନ୍ଦି କାନ୍ଦି କହିଥିଲା ଯେ "ଏତେ ପଢ଼େଇଲ ଯେ ମୁଁ ପଢ଼ି ପଢ଼ି ପାଗଳ ହୋଇଗଲାଣି"। ପିଲାଟିର ଏଭଳି ରେଆକ୍ସନ ଦେଖି ଶିକ୍ଷକ ମଧ୍ୟ ନିଜର ହସ ରୋକି ପାରିନଥିଲେ। ଦେଖନ୍ତୁ ଭିଡ଼ିଓ-

ଏହି ଭିଡ଼ିଓଟି ଗ୍ଲାସ ଇଟର୍ସ ନାମକ ଏକ ପେଜ୍ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହି ଭିଡ଼ିଓ ପୋଷ୍ଟ ହେବା ପରେ ଏଥିରେ ଏପର୍ଯ୍ୟନ୍ତ ୭୮,୦୦୦ ରୁ ଅଧିକ ଲାଇକ ଆସିସାରିଛି। ଏଥିସହିତ ଲୋକମାନେ ଏହାକୁ ଖୁବ ପସନ୍ଦ କରିବା ସହ ଏହାକୁ ନେଇ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।