ଭାରତକୁ ଈର୍ଷା କରି ଏବେ ପାକିସ୍ତାନ ଚନ୍ଦ୍ରପୃଷ୍ଠ କୁ ଯିବ, ଚାଇନା କହିଲା ଆମେ ପାକିସ୍ତାନ କୁ ଧରି ଚନ୍ଦ୍ର କୁ ଯିବୁ ଏବଂ...

 
China pakistan

ଚନ୍ଦ୍ରଯାନ-୨ର ସଫଳତା ପରେ ସାରା ବିଶ୍ୱ ବର୍ତ୍ତମାନ ଭାରତର ଗୁଣଗାନ କରିବାକୁ ଲାଗିଛି। ତେବେ, ଭାରତ ଭଳି ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପାଇଁ ଲକ୍ଷ ରଖିଛି ପାକିସ୍ତାନ। ଅବଶ୍ୟ ଏଥିପାଇଁ ପାକିସ୍ତାନ ଚୀନର ସାହାଯ୍ୟ ନେବାକୁ ଯାଉଛି। ଭାରତ ପରେ ଚୀନ ମଧ୍ୟ ଚନ୍ଦ୍ରର ଦକ୍ଷିଣ ପୋଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚେଷ୍ଟା କରୁଛି। 

China pakistan

ଚାଇନା ନ୍ୟାସନାଲ ସ୍ପେସ୍ ଆଡମିନିଷ୍ଟ୍ରେସନ (ସିଏନ୍ଏସ୍ଏ) କହିବା ମୁତାବକ ଚାଙ୍ଗ-୬ ଚନ୍ଦ୍ର ମିଶନ ବର୍ତ୍ତମାନ ଅନୁସନ୍ଧାନ ଏବଂ ବିକାଶମୂଳକ କାର୍ଯ୍ୟ ଜାରି ରଖିଛି।

୨୦୨୪ର ପ୍ରଥମ ୩ ମାସରେ ଏହି ଏହି ମିଶନର ଶୁଭାରମ୍ଭ କରାଯିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଙ୍ଗ୍ -୬ ମିଶନ୍ ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ଯାତ୍ରା କରିବା ସହିତ ସେଠାରୁ ନମୂନା ସଂଗ୍ରହ କରି ଫେରିବ।

Sattelite

ତେବେ, ଏହି ମିଶନ ପାଇଁ ବିଭିନ୍ନ ଦେଶରୁ ପେଲୋଡ୍ ଗ୍ରହଣ କରିବ ଚିନ୍। ଯେଉଁଥିରେ ଫ୍ରାନ୍ସର ଡର୍ନ ରେଡନ୍ ଡିଟେକ୍ସନ୍‌ ଉପକରଣ, ୟୁରୋପୀୟ ସ୍ପେସ୍ ଏଜେନ୍ସିର ନେଗେଟିଭ୍ ଆୟନ ଡିଟେକ୍ଟର, ଇଟାଲୀର ଲେଜର ରିଟ୍ରୋଫ୍ଲେକ୍ଟର ଏବଂ ପାକିସ୍ଥାନର କ୍ୟୁବ୍ସାଟ ଅନ୍ତର୍ଭୁକ୍ତ ରହିଛି। କ୍ୟୁବ୍ସାଟ ଏକ ଛୋଟ ଉପଗ୍ରହ ହୋଇଥିବା ବେଳେ ଏହାକୁ ଦେଇ ଚନ୍ଦ୍ର ମିଶନରେ ଚୀନର ସାହାଯ୍ୟ କରିବ ପାକିସ୍ତାନ।

ଆହୁରି ପଢ଼ନ୍ତୁ:- ଡାଇବେଟିସ ରୋଗୀ ଭୁଲ ରେ ବି ଏହି ୪ଟି ଫଳ ଖାଆନ୍ତୁ ନାହିଁ, ନହେଲେ ହୋଇଯିବ ଅସୁବିଧା