ସବୁ ସୀମା ଟପିଗଲେ ପାକିସ୍ତାନୀ ଖେଳାଳି, ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ନାଁରେ ଦେଲେ ଏମିତିକା ମନ୍ତବ୍ୟ, ଜାଣନ୍ତୁ ପୁରା ଖବର

 
Pakistan cricketer on actress

ପାକିସ୍ତାନ କ୍ରିକେଟର କଲେ ଭାରତୀୟ ସୁନାମ ଧନ୍ୟ ଅଭିନେତ୍ରୀଙ୍କ ଅପମାନ । ଯାହା ଶୁଣି ହସିଲେ ପାକିସ୍ତାନୀ କ୍ରିକେଟ ଟିମ୍ । ଏହାର ପ୍ରତିକ୍ରିୟାରେ ଅଭିନେତ୍ରୀଙ୍କ ଫ୍ୟାନ୍‌ ହେଲେ ରାଗରେ ଫାୟାର୍ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ରାଗି ଯାଇଛନ୍ତି ଭାରତୀୟ ଫ୍ୟାନ୍‌ ।

Razzak

ପାକିସ୍ତାନ କ୍ରିକେଟ୍ ଟିମ୍ ଯିଏ ଏବେ ନିଜ ଖରାପ ପ୍ରଦର୍ଶନ ପାଇଁ ନିଜ ଦେଶରେ ବି ସମାଲୋଚନାର ପାତ୍ର ପାଲଟିଛନ୍ତି । ସେ ପୁଣି ଭାରତର ବିଶ୍ଵ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ୟା ରାୟଙ୍କୁ ନେଇ ଦେଇଛନ୍ତି ଏଭଳି ମନ୍ତବ୍ୟ ।

ବାସ୍ତବରେ ଏହା ହେଉଛି ପାକିସ୍ତାନୀ କ୍ରିକେଟ ଟିମ୍ ର ଇର୍ସା । ଭାରତକୁ ଖେଳରେ ହରାଇବା ଏକ ମାତ୍ର ଲକ୍ଷ୍ୟ ରଖିଥିବା ପାକିସ୍ତାନୀ କ୍ରିକେଟ ଟିମ୍ ଠାରୁ ଆଉ କଣ ବା ଆଶା କରାଯାଇ ପାରେ ।

ନିକଟରେ ପାକିସ୍ତାନୀ କ୍ରିକେଟ ଟିମ୍ ର ଏକ ପ୍ରେସ ମିଟିଂ ରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍ କହିଲେ ପାକିସ୍ତାନୀ କ୍ରିକେଟର ଯଦି ଏମିତି ଖେଳିବେ ତେବେ ଐଶ୍ୱର୍ୟା ରାୟଙ୍କୁ ବାହା ହୋଇ ସୁନ୍ଦର୍ ପିଲା ଜନ୍ମ କରିବା ସ୍ଵପ୍ନ ଭଳି ଲାଗିବ। ଯାହା ପରେ ସମସ୍ତ ସଦସ୍ୟ ହସିଥିଲେ । ସେଠାରେ ଖେଳାଳି ସାହିଦ୍ ଆଫରିତ୍ ଓ ଉମର ବୁଲମ୍ ମଧ୍ୟ ଉପସ୍ଥିତ ଥିଲେ ।

Razzak

ତେବେ ଏଠାରେ ପ୍ରଶ୍ନ ଉଠୁଛି ଐଶ୍ୱର୍ୟା ଙ୍କ କଥା ଉଠାଇବାର କି ଉଦାହରଣ ଦେବାର ଏଠାରେ କୌଣସି ତାତ୍ପର୍ଯ୍ୟ ନ ଥିଲା । ତେବେ ରଜାକ୍ ଏପରି କଥା କହିବାର ଅର୍ଥ କଣ ହୋଇପାରେ  । ତେବେ ପ୍ରକୃତି ବା କିପରି ସହଜେ ଯିବ । ସବୁ ବେଳେ ବିବାଦରେ ରହୁଥିବା ଦେଶର ଖେଳାଳିଙ୍କ ଠାରୁ ଆଉ କଣ ବା ଅଧିକ ଆଶା କରାଯାଇ ପାରେ ।