ଓଡ଼ିଶାରେ ସରକାରୀ ଚାକିରୀ ସୁଯୋଗ, OSSC ରେ ପୂରଣ ହେବ 600 ରୁ ଅଧିକ ପଦବୀ, କରନ୍ତୁ ଅନଲାଇନ୍ ଆବେଦନ
ଓଡିଶାରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ 600 ରୁ ଅଧିକ ପଦବୀ ପୂରଣ ହେବ । ଏହି ନିଯୁକ୍ତି ମାଧ୍ୟମରେ କେୟାର୍ଟେକର୍, ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ୍, ଅମିନ ଇତ୍ୟାଦି ପଦବୀ ପୂରଣ ହେବ । ଏଥିପାଇଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ 673 ଟି ପଦବୀ ପୂରଣ ହେବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବସାଇଟ୍ www.ossc.gov.in ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନ ଆରମ୍ଭ - 25 ଏପ୍ରିଲ୍ 2024
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 29 ମଇ 2024
ଖାଲି ପୋଷ୍ଟ :-
କେୟାର୍ଟେକର୍ - 02 ଟି ପୋଷ୍ଟ୍
ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ - 220 ଟି ପୋଷ୍ଟ୍
ହୋମିଓପାଥିକ ଆସିଷ୍ଟାଣ୍ଟ୍ - 216 ଟି ପୋଷ୍ଟ୍
ୟୁନାନି ଆସିଷ୍ଟାଣ୍ଟ୍ - 07 ଟି ପୋଷ୍ଟ୍
ଜୁନିଅର ଫିସରିସ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ - 212 ଟି ପୋଷ୍ଟ୍
ଅମିନ - 16 ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା :-
ସ୍ୱୀକୃତିପ୍ରାପ୍ତ ବୋର୍ଡ / ପରିଷଦ / ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାସ୍
ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ଅଟେ
ବୟସ ସୀମା :-
ସର୍ବନିମ୍ନ ବୟସ - 18 ବର୍ଷ
ସର୍ବାଧିକ ବୟସ - 38 ବର୍ଷ
ବୟସ କୋହଳ :-
OBC - 03 ବର୍ଷ
ST / SC / PWD / EXS - 05 ବର୍ଷ
PWD + SC / ST - 15 ବର୍ଷ
ଆବେଦନ ଶୁଳ୍କ :-
ପ୍ରତ୍ୟେକ ପ୍ରାର୍ଥୀ - ମାଗଣାରେ
ଦରମା :-
ଗ୍ରୁପ୍ - B ଅନୁଯାୟୀ ଲେବଲ୍ - 09 ସେଲ୍ - 1, ORSP ନିୟମ 2017
ଗ୍ରୁପ୍ - C ଅନୁଯାୟୀ ଲେବଲ୍ - 03 ସେଲ୍ - 1, ORSP ନିୟମ 2017
ଚୟନ ପ୍ରକ୍ରିୟା :-
ପ୍ରାଥମିକ ଲିଖିତ ପରୀକ୍ଷା
ମୁଖ୍ୟ ଲିଖିତ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ