2712 ଟି ପଦବୀ ପାଇଁ OSSSC ରେ ବାହାରିଲା ନିଯୁକ୍ତି, ଏମିତି କରନ୍ତୁ ଆବେଦନ

 
osssc

ବର୍ତ୍ତମାନ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(OSSSC) ପକ୍ଷରୁ ମୋଟ 2712 ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖାଲିଥିବା ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ ଗୁଡ଼ିକ ଏହା ଦ୍ଵାରା ପୂରଣ ହେବ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

OSSSC

ଏହି ସବୁ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ହେଉଛି ନଭେମ୍ବର 20 ।

ଯଦି ଆପଣମାନେ OSSSC ର ଏହି ପରୀକ୍ଷା ପାଇଁ ଆବେଦନ କରିବକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା କେମିତି କରିବେ ଆବେଦନ ।

ପଦବୀ ସଂଖ୍ୟା :-

ଲାଇଭଷ୍ଟକ ଇନ୍ସପେକ୍ଟର - 719
ଫରେଷ୍ଟର - 316
ଫରେଷ୍ଟ ଗାର୍ଡ - 1677

ଯୋଗ୍ୟତା :-

ଲାଇଭଷ୍ଟକ ଇନ୍ସପେକ୍ଟର :-

ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହେବା ଉଚିତ୍ ।
ସେମାନେ ନିଶ୍ଚିତ ଭାବରେ ଯୁକ୍ତ 2 ବିଜ୍ଞାନ କିମ୍ବା ଆନିମଲ ହାସବେଣ୍ଡାରିରେ ଯୁକ୍ତ 2 ଭୋକେସନାଲ ପାଠ୍ୟକ୍ରମ ପାସ କରିଥିବା ଉଚିତ୍ ।

ଫରେଷ୍ଟର :-

ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହେବା ଉଚିତ୍ ।
ସେମାନେ ନିଶ୍ଚିତ ଭାବରେ ଅତି କମରେ ଯୁକ୍ତ 2 ବିଜ୍ଞାନ ପାସ କରିଥିବା ଉଚିତ୍ ।
ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ରହିବା ଉଚିତ୍ ।

ଫରେଷ୍ଟ ଗାର୍ଡ :-

ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହେବା ଉଚିତ୍ ।
ସେମାନେ ନିଶ୍ଚିତ ଭାବରେ ଅତିକମରେ ମାଟ୍ରିକ୍ ପାସ୍ କରିଥିବା ଉଚିତ୍ ।
ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ରହିବା ଉଚିତ୍ ।

ଚୟନ ପ୍ରକ୍ରିୟା:-

ଏହି ସମସ୍ତ ପଦ ପାଇଁ OHPC ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ । ଏଥିରେ ସଫଳ ହୋଇଥିବା ପ୍ରାର୍ଥୀଙ୍କର ଶାରୀରିକ ପରୀକ୍ଷା କରାଯିବ । ତାପରେ ଚୟନ କରାଯାଇଛି ।

ସାର୍ଟିଫିକେଟ୍ ଯାଞ୍ଚ ସହିତ ଡାକ୍ତରୀ ଯାଞ୍ଚ ପରେ ନିଯୁକ୍ତି କରାଯିବ ।

କେମିତି କରିବେ ଆବେଦନ :-

ଷ୍ଟେପ 1 - OSSSC ର ୱେବସାଇଟ osssc.gov.in କୁ ଯାଆନ୍ତୁ
ଷ୍ଟେପ 2 - ୱେବସାଇଟ ଭିତରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
ଷ୍ଟେପ 3 - ଏହାପରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
ଷ୍ଟେପ 4 - ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
ଷ୍ଟେପ 5 - ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପୋଷ୍ଟ ପାଇଁ ଲିଖିତ ପରୀକ୍ଷା କେବେ କରାଯିବ ସେନେଇ OSSSC ଆଗକୁ ଅଧିକ ସୂଚନା ଦେବ । ଏହି ପୋଷ୍ଟ ଏବଂ ପରୀକ୍ଷା ବିଷୟରେ ଅଧିକ ସୂଚନା OSSSC ର ୱେବସାଇଟରେ ଉପଲବ୍ଧ ।