ଏମିତି ବି ଆସେ ମୃତ୍ୟୁ! ରାସ୍ତାକଡ଼ରେ ବେପାର କରୁଥିବା ବେଳେ ହଠାତ୍ ଚାଲିଗଲା ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ଜୀବନ, ଦେଖନ୍ତୁ ହୃଦୟ ବିଦାରକ ଭିଡ଼ିଓ

 
Brudha

ରାସ୍ତା କଡ଼ରେ ବେଲେଣା କାଠି ଏବଂ ଅନ୍ୟାନ୍ୟ ଛୋଟ ମୋଟ ସାମଗ୍ରୀ ବିକ୍ରି କରି ପେଟ ପୋଷୁଥିବା ଜଣେ ବୃଦ୍ଧଙ୍କର ଆକସ୍ମିକ ମୃତ୍ୟୁର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ମଧ୍ୟପ୍ରଦେଶ ସାଗର ଜିଲ୍ଲା ଅନ୍ତର୍ଗତ ଏକ ଫୁଟପାଥ ଠାରେ ଘଟିଥିବା ଜଣାଯାଇଛି।

Death

ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାମ ୮୦ ବର୍ଷିୟ ଚନ୍ଦନଲାଲ ରାୟ ଅଟେ। ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଏହି ପରିଣତ ବୟସରେ ତାଙ୍କୁ କାମ କରିବାକୁ ପଡୁଥିଲା। ଚନ୍ଦନଲାଲଙ୍କର ଚାରି ଅବିବାହିତ ପୁଅ ଏବଂ ଗୋଟିଏ ବିବାହିତା ଝିଅ ଅଛନ୍ତି। ତାଙ୍କର ୭୦ ବର୍ଷୀୟା ପତ୍ନୀ ସିଆରାନୀ ଅସୁସ୍ଥ ଥିବା ଜଣାଯାଇଛି।

ଘଟଣା ଦିନ ଚନ୍ଦନଲାଲ ରାସ୍ତା କଡ଼ରେ ବିକ୍ରିବଟା କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ସେହିଠାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା। ଶୀତଦିନେ ଚନ୍ଦନଲାଲ କେବଳ ଏକ ସାର୍ଟ ପିନ୍ଧି ବାହାରେ ବିକ୍ରୟ କରୁଥିବା ବେଳେ ଏଥିପାଇଁ ହିଁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିବା କୁହାଯାଉଛି। ବୃଦ୍ଧଙ୍କ ମୃତ୍ୟୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ଶାସକ ଦଳର ସରକାରୀ ଯୋଜନା ଉପରେ ପ୍ରଶ୍ନ ଉଠାଇଛି।