ଡ୍ରଗ୍ସ ସେବନ କରି ପୋଲିସ ଜାଲରେ ପୁଅ ଆର୍ଯ୍ୟନ୍ ଖାଁ! ଶାହାରୁଖ କହିଲେ, ମୁଁ ଚାହୁଁଛି ସେ ଡ୍ରଗ୍ସ ନେଉ, ଝିଅଙ୍କ ପଛରେ ସେ…

 
Sharikh khan

ଗତ କିଛି ବର୍ଷ ହେବ ବଲିଉଡ଼ ନିଶା କାରବାର ଏବଂ ଡ୍ରଗ୍ସ ସେବନକୁ ନେଇ ଚର୍ଚ୍ଚାରେ ରହି ଆସିଛି। ଅନେକ ଅଭିନେତା ଅଭିନେତ୍ରୀ ଏହି ମାମଲାରେ ଫସିସାରିଥିବା ବେଳେ ଏବେ କିଙ୍ଗ ଖାଁଙ୍କ ପୁଅ ଅର୍ଯ୍ୟନ୍ ଖାଁ ମଧ୍ୟ ଡ୍ରଗ୍ସ ସେବନ କରିବା ବେଳେ ଧରା ପଡିଛନ୍ତି। ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଧରାପଡିବା ପରେ ଏନସିବି ଅର୍ଯ୍ୟନଙ୍କ ସମେତ ପ୍ରାୟ ୮ ଜଣଙ୍କୁ ଗିରଫ କରିଛି।

Drugs

ଏହି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ନାମ ପଦାକୁ ଆସିବା ମାତ୍ରେ ଖବରଟି ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ତେବେ, ଏହାରି ଭିତରେ ଶାହାରୁଖଙ୍କର ଏକ ପୁରୁଣା ଇଣ୍ଟରଭିୟୁ ପୁଣିଥରେ ଭାଇରାଲ ହେବାରେ ଲାଗିଛି। ଏହି ଇଣ୍ଟରଭିୟୁରେ ତାଙ୍କ ପୁଅ ବଡ଼ ହେବାପରେ ଡ୍ରଗ୍ସ ସେବନ କରୁ ବୋଲି ଶାହାରୁଖ ମଜାରେ କହିଥିଲେ।

Aryan

ଏକଦା ଶାହାରୁଖ୍ ସିମି ଗାରେୱେଲଙ୍କ ଏକ ଶୋ’କୁ ଗୌରୀଙ୍କ ସହ ଯାଇଥିଲେ। ସେଠାରେ ପୁଅ ଆର୍ଯ୍ୟନ ବିଷୟରେ କହିବାକୁ ଯାଇ ସେ ମଜାରେ କହିଥିଲେ ଯେ ତାଙ୍କ ପୁଅ ବଡ଼ ହେବା ପରେ ଡ୍ରଗ୍ସ ସେବନ କରିଲେ ତାଙ୍କର କୌଣସି ଆପତ୍ତି ନାହିଁ। କେବଳ ଏତିକି ନୁହେଁ ବରଂ ତାଙ୍କ ପୁଅ ବଡ଼ ହେବାପରେ ଝିଅଙ୍କ ପଛରେ ପଡିଲେ କିମ୍ବା କାହା ସହିତ ଶାରୀରିକ ସମ୍ପର୍କ ରଖିଲେ ତାଙ୍କର କୌଣସି ଆପତ୍ତି ରହିବ ନାହିଁ ବୋଲି ସେ କହିଥିଲେ। ଯେହେତୁ ତାଙ୍କ ଯୁବା ଅବସ୍ଥାରେ ସେ ଏହି ସବୁ କାର୍ଯ୍ୟ କରି ପାରିନାହାନ୍ତି ତେଣୁ ଆର୍ଯ୍ୟନ୍ ଏପରି କରିଲେ ସେ ଖୁସି ହେବେ ବୋଲି ଶାହାରୁଖ କହିଥିଲେ।