OFDC ଚାକିରୀ ସୁଯୋଗ, ଚୟନ ହେଲେ ମାସକୁ ପାଇବେ 35 ହଜାରରୁ ଅଧିକ, ଏମିତି କରନ୍ତୁ ଆବେଦନ

 
OFDC job

ଓଡିଶାରେ ସରକାରୀ ଚାକିରି ପାଇବା ପାଇଁ ଆଉ ଏକ ସୁବର୍ଣ୍ଣ ସୁଯୋଗ । ଓଡିଶା ବନ ବିକାଶ ନିଗମ (OFDC) ବିଭିନ୍ନ ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ । ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଦେବନ କରାଯିବ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

OFDC

ଏହି ନିଯୁକ୍ତି ପ୍ରକ୍ରିୟାରେ 350 ରୁ ଅଧିକ ପଦବୀ ପୂରଣ ହେବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ OFDCର ଅଫିସିଆଲ୍ ୱେବ୍‌ସାଇଟ୍ www.odishafdc.com କୁ ଯାଇ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ ।

ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଅନଲାଇନ୍ ଆବେଦନ ଆରମ୍ଭ - 22 ନଭେମ୍ବର 2023

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 12 ଡିସେମ୍ବର 2023

ଖାଲି ପୋଷ୍ଟ :-

ଆକାଉଣ୍ଟ୍ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - 09ଟି ପୋଷ୍ଟ

ଆସିଷ୍ଟାଣ୍ଟ (ଗ୍ରେଡ୍-lll) - 61ଟି ପୋଷ୍ଟ

ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ - 13ଟି ପୋଷ୍ଟ

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - 47ଟି ପୋଷ୍ଟ

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-lll) - 225ଟି ପୋଷ୍ଟ

ମୋଟ ପଦବୀ - 355ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା :-

ଆକାଉଣ୍ଟ୍ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - ବାଣିଜ୍ୟରେ +3 ପାଶ କିମ୍ବା ସମାନ କାର୍ଯ୍ୟ ଅଭିଜ୍ଞତା

ଆସିଷ୍ଟାଣ୍ଟ (ଗ୍ରେଡ୍-lll) - +3 ପାଶ, କମ୍ପ୍ୟୁଟର ଜ୍ଞାନ ଏବଂ କାର୍ଯ୍ୟ ଅଭିଜ୍ଞତା

ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ - +3 ପାଶ୍, କମ୍ପ୍ୟୁଟର ଜ୍ଞାନ ଏବଂ କାର୍ଯ୍ୟ ଅଭିଜ୍ଞତା

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ/ କୃଷି / ଜଙ୍ଗଲ ବିଭାଗରେ ସ୍ନାତକ ପାଶ୍

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-lll) - +2 ବିଜ୍ଞାନ ପାଶ୍

ବୟସ ସୀମା :-

ସର୍ବନିମ୍ନ ବୟସ - 21 ବର୍ଷ

ସର୍ବାଧିକ ବୟସ - 38 ବର୍ଷ

ବୟସ ଗଣନା 01.01.2023 ଅନୁସାରେ ହେବ

ବୟସ କୋହଳ :-

OBC - 03 ବର୍ଷ

ST / SC / PWD/ESM - 05 ବର୍ଷ

PWD + SC / ST - 15 ବର୍ଷ

ମାସିକ ଦରମା :-

ଆକାଉଣ୍ଟ୍ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - 35,400 ଟଙ୍କା

ଆସିଷ୍ଟାଣ୍ଟ (ଗ୍ରେଡ୍-lll) - 29,200 ଟଙ୍କା

ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ - 25,500 ଟଙ୍କା

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) - 21,700 ଟଙ୍କା

ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-lll) - 17,200 ଟଙ୍କା

ଚୟନ ପ୍ରକ୍ରିୟା :-

ଲିଖିତ ପରୀକ୍ଷା

ଶାରୀରିକ ମାନକ ପରୀକ୍ଷା

ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ :-

ସାଧାରଣ ବର୍ଗ / EWS / OBC - 500 ଟଙ୍କା

SC / ST - 200 ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଯୋଗ୍ୟତା ପ୍ରମାଣପତ୍ର

ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)

ଦୁଇଟି କଲର୍ ପାସ୍‌ପୋର୍ଟ ସାଇଜ୍ ଫଟୋ

ଆଧାର କାର୍ଡ

ବାସିନ୍ଦା ସାର୍ଟିଫିକେଟ୍

ଜାତି ପ୍ରମାଣପତ୍ର

ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି ଆବେଦନ କରିବେ :-

ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ

ଆବଶ୍ୟକ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ

ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ

ଆବେଦନ ଶୁଳ୍କ ଦିଅନ୍ତୁ

ପ୍ରାର୍ଥୀମାନେ ଯେକୌଣସି ଅନ୍‌ଲାଇନ୍ ପେମେଣ୍ଟ ବ୍ୟବହାର କରିପାରିବେ ଯେପରିକି UPI, ନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ ମାଧ୍ୟମରେ

Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ

ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ବାହାର କରନ୍ତୁ