ବିପଦସଂକୁଳ ସ୍ଥାନରେ ରିଲ୍ସ୍ କରୁଛନ୍ତି କି? ଭୁଲି ଯାଆନ୍ତୁ ଶସ୍ତା ଲୋକପ୍ରିୟତା, ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ

ଆଜିକାଲି ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା। ସୋସିଆଲ ମିଡିଆରେ ଫେମସ୍ ହେବାପାଇଁ ଯାହାକୁ ଯାହା ପସନ୍ଦ ଆସିଲା ସେ ତାହା କରୁଛି। କିଏ ରାସ୍ତା ଉପରେ ବାଇକ୍ ଧରି ଷ୍ଟଣ୍ଟ କରିଲାଣି ତ କିଏ ଟ୍ରେନ୍ ଯାତ୍ରା ସମୟରେ ନିଜ ଜୀବନକୁ ପାଣି ଛଡାଇ ରିଲ୍ସ କରିଲାଣି। ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଓଡିଶା ପୋଲିସ।
ଓଡିଶା ପୋଲିସ ପକ୍ଷରୁ ଏହାକୁ ନେଇ ଏକ ଟ୍ୱିଟ କରାଯାଇଛି ଯେଉଁଥିରେ ଲେଖାଯାଇଛି ଯେ," ସୋସିଆଲ ମିଡ଼ିଆରେ ଫେମସ ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ୍ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି। ଏହାଦ୍ୱାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି। ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ।'
ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ୍ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି । ଏହାଦ୍ୱାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି । ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ pic.twitter.com/7hNEgMqmOc
— Odisha Police (@odisha_police) March 14, 2023
ସବୁଠାରୁ ବଡ଼ କଥା ହେଉଛି ଏହି ଟ୍ୱିଟ ତଳେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଜୀବନକୁ ବିପଦରେ ପକାଇ ଏଭଳି ଭିଡ଼ିଓ ପ୍ରସ୍ତୁତ କରୁଥିବା ଅମାନିଆଙ୍କୁ ସାବଧାନ କରାଇବା ସହିତ ରିଲ୍ସ୍ ନାଁରେ ଆଇନ ଉଲଂଘନ କଲେ ସେମାନଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।