ହାଇକୋର୍ଟରେ ବର୍ଷା-ଅନୁଭବ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଉଭୟଙ୍କ ସମ୍ପର୍କର ହେଲା ଅନ୍ତ! ଜାଣନ୍ତୁ

 
Barsha anubhab

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲାରେ ପୂର୍ଣଛେଦ ପକାଇଛନ୍ତି ହାଇକୋର୍ଟ। ପରିବାର ଅଦାଲତରେ ଏହି ମାମଲାର ଶୁଣାଣିରେ ଅଗ୍ରଗତି ପରିଲକ୍ଷିତ ହେଉଥିବାରୁ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟରେ ଏହାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ପରିବାର ଅଦାଲତରେ ଏହି ମାମଲାର ଆଗାମୀ ଶୁଣାଣି କରାଯିବ।

Barsha anubhav relation

ପୂର୍ବରୁ ପରିବାର ଅଦାଲତରେ ଅନୁଭବଙ୍କ ଛାଡ଼ପତ୍ର ଓ ବର୍ଷାଙ୍କ ଦାମ୍ପତ୍ୟ ସଂପର୍କ ସୁରକ୍ଷା ସଂପର୍କିତ ଦୁଇ ମାମଲାର ଶୁଣାଣି ଶୁକ୍ରବାର ଧାର୍ଯ୍ୟ କରାଯାଇଥିଲା। ଏଠାରେ କହିରଖୁଛୁ ଯେ ଅନୁଭବ ଗତ ବର୍ଷ ଜୁଲାଇ ୧୬ ତାରିଖରେ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାପରେ ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଆବେଦନ କରିଥିଲେ।

Odisha highcourt

ବର୍ଷାଙ୍କ ଆବେଦନକୁ ଆଧାର କରି ଗତ ମାର୍ଚ୍ଚ ୫ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଅନୁଭବଙ୍କ ସହମତିକୁ ବିଚାରକୁ ନେବା ସହ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ତେବେ ବିଭିନ୍ନ କାରଣରୁ ଛାଡ଼ପତ୍ର ମାମଲା ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ଏହାର ତ୍ୱରିତ ଶୁଣାଣି ପାଇଁ ଅନୁଭବ ହାଇକୋର୍ଟର ଦ୍ୱାରାସ୍ତ ହୋଇଥିଲେ। ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆପୋଷ ଆଲୋଚନା ନିମନ୍ତେ ବହୁ ଉଦ୍ୟମ ସତ୍ତ୍ୱେ ତାହା ବିଫଳ ହୋଇଛି। ଫଳରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନିଶ୍ଚିତ ହୋଇସାରିଛି ବୋଲି ସ୍ପଷ୍ଟ ଜଣାପଡୁଛି।