ସାତ ଦରିଆ ପାର କରି କୋରିଆନ୍‌ ପୁଅର ହାତ ଧରିଲେ ଓଡ଼ିଆ ଝିଅ, ଭାଷା ଶିଖୁ ଶିଖୁ ପଡିଗଲେ ପ୍ରେମରେ, ଜାଣନ୍ତୁ ପୁରା ଘଟଣା

 
Odia jhia Korean bohu
ଓଡ଼ିଆ ଝିଅ ହେଲେ କୋରିଆ ବୋହୂ ! ସତରେ ଆଜ୍ଞା ପ୍ରେମ କେତେବେଳେ କାହାକୁ କେଉଁଠି ହେବ ତାହା କହି ହୁଏ ନା । ଏହା ଏକ ପ୍ରଥମ ଉଦାହରଣ ନୁହେଁ । ଏହା ପୂର୍ବରୁ ବି ଆପଣ ଏପରି ଅନେକ ଉଦାହରଣ ଦେଖିଥିବେ । ଅନେକ ସମୟରେ ପ୍ରେମୀ ଯୁଗଳ ନିଜ ପ୍ରେମକୁ ପାଇବା ପାଇଁ ଅସମ୍ଭବ କୁ ବି ସମ୍ଭବ କରି ଦେଖାନ୍ତି । 

Korean couple

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଓଡ଼ିଆ ଝିଅ ଓ କୋରିଆନ୍ ପୁଅର ପ୍ରେମ ଭିଡିଓ ଦେଖିବାକୁ ମିଳିଥିଲା । ଯେଉଁ ଯୋଡ଼ିକୁ ବେଶ୍ ପସନ୍ଦ କରିଛନ୍ତି ଲୋକେ । ଏବଂ ଦୁହିଁଙ୍କ ପ୍ରେମକୁ ନେଇ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ଦୁହେଁ । ନିମାପଡ଼ା ଅଞ୍ଚଳର ମୋନାଲିସା ଦାସ ଉଚ୍ଚ ଶିକ୍ଷା ପାଇଁ ଏକ ରିସର୍ଚ୍ଚ ଉପରେ କାମ କରୁଥିଲେ । ତାଙ୍କର ଏହି ରିସର୍ଚ୍ଚ ଟି ବିଶେଷ କରି କୋରିଆନ୍ ସଂସ୍କୃତି ଉପରେ ଗବେଷଣା କରିବା ଥିଲା ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମୋନାଲିସାଙ୍କ ଏହି ରିସର୍ଚ୍ଚ ସମୟରେ ଏକ ବାଧା ସୃଷ୍ଟି କରୁଥିଲା କୋରିଆନ୍ ଭାଷା । ଯାହା ପରେ ମୋନାଲିସା କୋରିଆନ୍ ଭାଷା ଶିକ୍ଷା କରିବାକୁ ଇଛା ପ୍ରକାଶ କରିଥିଲେ । ସଂଯୋଗ ବଶତଃ ସେହି ସମୟରେ ସେ ସୋସିଆଲ ମିଡ଼ିଆରେ ୟଙ୍ଗ ଚାନ୍ ଙ୍କୁ ଭେଟି ଥିଲେ । ପ୍ରଥମରୁ ଦୁହେଁ ଇଂରାଜୀ ଭାଷାରେ କଥା ହେଉଥିଲେ । 

ପରେ ୟଙ୍ଗ ତାଙ୍କୁ କୋରିଆନ ଭାଷାର ତାଲିମ ଦେଲେ । ଏହି ମାଧ୍ୟମରେ ଦୁହେଁ ପରସ୍ପର ବିଷୟରେ ଓ ନିଜ ନିଜର ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ । ଏହି ସମ୍ପର୍କ ଧୀରେ ଧୀରେ ତାଙ୍କର ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ।

Couple

ହେଲେ ପ୍ରଥମରୁ ମୋନାଙ୍କ ପରିବାର ଲୋକେ ଏଥି ପାଇଁ ଅମଙ୍ଗ ହେଉଥିଲେ । ହେଲେ ମୋନା ନିଜ ପରିବାର ଲୋକଙ୍କୁ ବୁଝା ସୂଝା କରାଇ ୟଙ୍ଗ ଙ୍କୁ ଓଡ଼ିଶା ଡାକିଥିଲେ । ତେବେ ଗତ ବର୍ଷ ଦୁହେଁ ଓଡ଼ିଆ ରୀତି ନୀତି ଅନୁସାରେ ବିବାହ କରିଥିଲେ । ଯାହାକୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।