ଏଣିକି ପୁଅ ବାପାଙ୍କ ସମ୍ପତ୍ତିରେ ଆଉ କରି ପାରିବେନି ଦାବି, ବାପା ଚାହିଁଲେ ବି ନିଜ ପୁଅ ନାଁରେ ୱିଲ୍ କରିପାରିବେନି ସବୁ ସମ୍ପତ୍ତି, ଜାଣନ୍ତୁ ପୁରା ଖବର

 
Bapa pua
ଆଗକୁ ଆଉ ପୁଅଙ୍କୁ ମିଳିବ ନାହିଁ ବାପାଙ୍କ ସମ୍ପତ୍ତି ! ବାପାଙ୍କ ସମ୍ପତ୍ତିକୁ ନିଜର ସମ୍ପତ୍ତି ଭାବେ ଦାବି କରି ପାରିବେ ନାହିଁ ପୁଅ । ତେବେ ସମୟ ବଦଳିବା ସହିତ ଅନେକ କଥାରେ ପରିବର୍ତ୍ତନ ଦେଖା ଦେଇଛି । ଅନେକ ଗୁଡ଼ିଏ ଆଇନ୍ ରେ ମଧ୍ୟ ପରିବର୍ତ୍ତନ କରାଯାଇ ନୂଆ ଆଇନ୍ ଲାଗୁ ହୋଇଛି । ଯାହା ମଧ୍ୟରୁ ଏହା ଏକ ଅନ୍ୟତମ ଆଇନ୍ ଅଟେ ।

ର

ତେବେ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଏପରି କିଛି ନୂଆ ଆଇନ୍ ଲାଗୁ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ତେବେ ଜଣେ ବ୍ୟକ୍ତିଙ୍କର ଦୁଇ ପ୍ରକାରର ସମ୍ପତ୍ତି ରହିଥାଏ । ଗୋଟିଏ ହେଉଛି ପୈତୃକ ଅର୍ଥାତ୍ ନିଜ ପୂର୍ବ ପୁରୁଷଙ୍କ ସମ୍ପତ୍ତି ଯାହା ତାଙ୍କୁ ନିଜ ବାପା ମାଙ୍କର ସନ୍ତାନ ଭାବେ ମିଳିଥାଏ । ଅନ୍ୟଟି ହେଲା ସ୍ୱ ଅର୍ଜିତ ସମ୍ପତ୍ତି । ଜଣେ ବ୍ୟକ୍ତି ଯାହାକୁ ନିଜ ଜୀବନ କାଳ ମଧ୍ୟରେ ଉପାର୍ଜନ କରିଥାଏ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ବାପାଙ୍କ ପୈତୃକ ସମ୍ପତ୍ତି ଉପରେ ସେ ପୁଅ ହେଉ କିମ୍ବା ଝିଅ କିମ୍ବା ବିବାହିତ ଝିଅ ମଧ୍ୟ ହେଉ ସମସ୍ତଙ୍କର ଅଧିକାର ରହିଛି । ହେଲେ ଅଭିଭାବକଙ୍କ ସ୍ୱଅର୍ଜିତ ଧନରେ ଏପରି କେହି ଜୋର୍ ଜବରଦସ୍ତ ଦାବୀ କରି ପାରିବେ ନାହିଁ । ତେବେ ବାପା ଚାହିଁଲେ ନିଜ ସ୍ଵଇଛାରେ କାହା ନାଁରେ ବି ଏହି ସମ୍ପତ୍ତିକୁ ବି କରି ପାରିବେ । ତେବେ ଏଥି ପାଇଁ ପୁଅ ହୁଅନ୍ତୁ କିମ୍ବା ଝିଅ କୌଣସି ଆଇନ୍ ର ସହାୟତା ନେଇ ପାରିବେ ନାହିଁ ।

ପୂର୍ବରୁ ବାପାଙ୍କ ସମ୍ପତ୍ତିରେ ଝିଅମାନଙ୍କର କୌଣସି ଅଧିକାର ନଥିଲା, ହେଲେ ଆଜି ସବୁଥିରେ ଝିଅମାନେ ସମାନ ଅଧିକାର ପାଉଛନ୍ତି । ୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରାଯାଇଥିଲା । ଆଉ ଏହି ନିୟମ ଅନୁସାରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି। ବାପାଙ୍କର ନିଜସ୍ୱ ସଂପତ୍ତି ଉପରେ ପୁଅଙ୍କ ପରି ଝିଅଙ୍କର ମଧ୍ୟ ସମାନ ଅଧିକାର ରହିଛି। ଝିଅ ବିବାହିତ ହୁଅନ୍ତୁ ବା ଅବିବାହିତ ହୋଇଥାଆନ୍ତୁ କିମ୍ବା ତାଙ୍କର ଛାଡପତ୍ର ହୋଇଥାଉ ଏହା କୌଣସି ଫରକ ପକାଇ ନଥାଏ।

Bapa pua

ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୨୦୦୫ ଅନୁଯାୟୀ, ପୁଅ ଭଳି ଝିଅ ମଧ୍ୟ ବାପାଙ୍କ ସମ୍ପତ୍ତିର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀ। ଯଦି ବାପାଙ୍କ ମୃତ୍ୟୁ ପରେ ଏହା ଜଣାପଡେ ଯେ ସେ କେବଳ ପୁଅ ନାଁରେ ସମସ୍ତ ସମ୍ପତ୍ତି ୱିଲ କରିଛନ୍ତି ଓ ସେଥିରେ ଝିଅର ନାଁ ନାହିଁ ତେବେ ଝିଅ ଏହାକୁ ଚ୍ୟାଲେଞ୍ଜ କରିପାରିବ। ଯଦି ଏହା ପୈତୃକ ସମ୍ପତ୍ତି ଏବଂ ବାପା ଏହାକୁ ନିଜେ ଅର୍ଜନ କରିନାହାନ୍ତି ତେବେ ପୁଅ ଓ ଝିଅ ଏଥିରେ ସମାନ ଅଧିକାର ପାଇବେ। କିନ୍ତୁ ଯଦି ବାପା ଜୀବିତ ଅଛନ୍ତି ଏବଂ ନିଜର ସଂପତ୍ତି ପୁଅ କିମ୍ୱା ଝିଅକୁ ଦେବାକୁ ଚାହୁଁ ନାହାଁନ୍ତି, ତେବେ ଝିଅ ଏବଂ ପୁଅ କିଛି କରିପାରିବେ ନାହିଁ ।