ସ୍ଵାମୀ ସ୍ତ୍ରୀଙ୍କ ପାଇଁ ପୋଷ୍ଟ ଅଫିସର ସବୁଠୁ ଲାଭଦାୟକ ସ୍କିମ୍, ଆକାଉଣ୍ଟ୍ ଖୋଲି ସିଧା ୫ ଲକ୍ଷ ଲାଭ, ଜାଣନ୍ତୁ ପୁରା ଖବର

 
Post office schemes
ଫାଇଦା ଉଠାନ୍ତୁ ପୋଷ୍ଟ ଅଫିସ ପଲିସିର । ଏଣିକି ଆପଣ ବି କମ୍ ବିନିଯୋଗରେ ହୋଇ ପାରିବେ ଲକ୍ଷପତି । ପୋଷ୍ଟ ଅଫିସ ତରଫରୁ ଜାରି ହେଲା ନୂଆ ନିୟମ । ଏଥର ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ସାମିଲ୍ ହୋଇ ପାରିବେ ଏହି ସ୍କିମ ଗୁଡିକରେ ।

କ

ମାସିକ ଇନକମ୍ ସ୍କିମ :

ଏହି ସ୍କିମ୍ ରେ ପତି ପତ୍ନୀ ମିଶି ଏକ ଯଏନ୍ଟ ଆକାଉଣ୍ଟ ଖୋଲି ପାରିବେ । ଏହି ଆକାଉଣ୍ଟ ରେ ଥରେ ମାତ୍ର ନିବେଶ କରି ପ୍ରତି ମାସରେ ଆପଣ ଗ୍ୟାରେଣ୍ଟି ରିଟର୍ନ ପାଇବେ । ଏହି ଯୋଜନାର ସମୟ ସୀମା ପ୍ରାୟ ୫ ବର୍ଷ ରହିଛି । ଏପରିକି ସରକାର ମଧ୍ୟ ଏଥିରେ ସୁଦ୍ଧ ହାରକୁ ପ୍ରାୟ ୭.୪ ପ୍ରତିଶତ ବଢାଇଛନ୍ତି ।

ଏହି ଆକାଉଣ୍ଟ ର ବିଶେଷ ଉପଯୋଗିତା ହେଉଛି ଦୁଇ ଜଣ ମିଶି ଏକ ଆକାଉଣ୍ଟ ଖୋଲି ପାରିବେ । ଏବଂ ଏକ ବିଜ୍ ନେସ ରେ ଯେପରି ଇନଭେଷ୍ଟ କଲେ ମାସିକିଆ ଆପଣଙ୍କୁ ଲାଭ ମିଳି ପାରିଥାଏ ବା ରୋଜଗାର ହୋଇଥାଏ ସେହିପରି ଏହି ସ୍କିମ ମାଧ୍ୟମରେ ଆପଣ ମାସକୁ ମାସ ଆୟ କରି ପାରିବେ । 

ଏହି ସ୍କିମ ର ଯେ କେହି ବି ଫାଇଦା ଉଠାଇ ପାରିବେ । ଏଥି ପାଇଁ ବିଶେଷ କିଛି ଯୋଗ୍ୟତା କିମ୍ବା ସମୟ ସୀମା ବୟସର ଅବଧି ଦିଆ ଯାଇ ନାହିଁ । ତେବେ ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କର ପୋଷ୍ଟ ଅଫିସରେ ଏକ ସେଭିଙ୍ଗ ଆକାଉଣ୍ଟ ରହିଥିବା ଆବଶ୍ୟକ । ଅଧିକ ତଥ୍ୟ ପାଇଁ ନିକଟସ୍ଥ ପୋଷ୍ଟ ଅଫିସରେ ଯୋଗାଯୋଗ କରନ୍ତୁ ।