ଏଣିକି ଆଉ ଲୁଚିଛପି ବାହା ହୋଇ ପାରିବେନି ପୁଅ-ଝିଅ, ସରକାରଙ୍କ କଡ଼ା ନିର୍ଦ୍ଦେଶ, ନମାନିଲେ କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ ପୁରା ଖବର

 
ବାହାଘର

ଏବେ ଆଉ ନଟାରୀ ବିବାହ ବୈଧ ନୁହେଁ। ନଟାରୀ ବିବାହକୁ ଅବୈଧ ଘୋଷଣା କରାଯାଇଛି। ନଟାରୀ ନିକଟରେ ହେଇଥିବା ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲି ଏବେ ଅବୈଧ। କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ନଟାରୀ ମାନେ ବିବାହ ଅଧିକାରୀ ଭାବେ ନିଯୁକ୍ତି ହେଇନଥାନ୍ତି। 

ନଟାରୀ ଆପ ୧୯୫୨ ଅର୍ଥାତ୍ ନଟାରୀ ରୁଲ ୧୯୫୬ ଅନୁସାରେ ସେମାନେ ବିବାହ କିମ୍ବା ବିବାହ ବିଚ୍ଛେଦ ସମ୍ପର୍କିତ ଦଲିଲି କିଛି ପ୍ରସ୍ତୁତ କରିପାରିବେ ନାହିଁ। ନଟାରୀ ଜରିଆରେ ବିବାହ ବୈଧ ହେଇନଥିଲେ ମଧ୍ୟ ଜାଣିଶୁଣି ହେଇ ଅଜାଣତରେ ହେଉ ନଟାରୀ ମାନେ ଆଇନ ବୈର୍ଭୂତ କାମ କରୁଥିବା ଅନୁଭବ କରାଯାଉଥିବାରୁ ଯାହାକୁ ଦୃଷ୍ଟି ରଖି ଏଭଳି କିଛି ନିଷ୍ପତି ନିଆଯାଇଛି। 

Notary marriage

ତେବେ ନଟାରୀ ଆଇନ ୧୯୫୨ ଧାରା ୮ ନଟାରିଙ୍କ ପାଖରେ ହେଇଥିବା ବିବାହ ବା ବିବାହ ବିଚ୍ଛେଦକୁ ବୈଧ ବୋଲି ମାନ୍ୟତା ଦିଆଯାଇ ନାହିଁ। ସେହିପରି ୧୯୫୬ ନଟାରି ଆଇନରେ ମଧ୍ୟ ଏହାକୁ ସିକୃତି ଦିଆଯାଇ ନାହିଁ। କେବଳ ବିବାହ ନୁହେଁ ବିଚ୍ଛେଦ କ୍ଷେତ୍ରରେ ମଧ୍ୟ ନଟାରୀଙ୍କ ନିକଟରେ ପ୍ରସ୍ତୁତି ଦଲିଲି ଅଦାଲତରେ ଗ୍ରହଣୀୟ ହେବ ନାହିଁ। 

ମାତ୍ର ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନଟାରୀ ମାନେ ବିବାହ ଓ ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲି ଏବଂ ନଥିପତ୍ର ପ୍ରସ୍ତୁତ କରୁଥିବା ଦେଖାଯାଉଛି। ଆଇନଗତ ଏହା ବୈଧ ନହେଲେ ମଧ୍ୟ ଏହାକୁ ବିଭିନ୍ନ ଅନୁଷ୍ଠାନ ସୀକୃତି ଦେଉଛନ୍ତି। ଯାହାଦ୍ୱାରା ଭାରତ ସରକାର ପ୍ରଣୟନ କରିଥିବା ଆଇନର ଉଲଂଘନ ହେଉଛି। ଆଉ ଅନେକ କ୍ଷେତ୍ରରେ ବିଭ୍ରାଟ ମଧ୍ୟ ସୃଷ୍ଟି ହେଉଛି। 

ତେଣୁ ନଟାରୀ ମାନେ ଏଥିରୁ ବିରତ ରହିବା ପାଇଁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି। ଏବଂ ସାଧାରଣ ଜନତାଙ୍କ ପାଇଁ ମଧ୍ଯ ଏହି ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରାଯାଇଛି। ନଟାରୀ ମାନେ ଏହି କାର୍ଯ୍ୟ ସଂପାଦନ କଲେ ତାହା ଅବୈଧ ଘୋଷିତ ହେବ। ଆଉ ସଂପୃକ୍ତ ନଟାରୀଙ୍କ ବିରୁଦ୍ଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।