ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି! ପାର୍ଟନର ସହିତ ଶାରୀରିକ ସମ୍ପର୍କ ନ ରଖିବା ଅଟେ ମାନସିକ ନିର୍ଯ୍ୟାତନା, ଜାଣନ୍ତୁ ପୂରା ଖବର

 
Divorce

ବିବାହ ପରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଅଟେ। ଏଭଳି ପରିସ୍ଥିତିରେ ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ଦିଆଯାଇପାରିବ। ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଆଲ୍ଲାହବାଦ ହାଇକୋର୍ଟ। ଆବେଦନକାରୀଙ୍କୁ ଏହି ମାମଲାରେ ଛାଡ଼ପତ୍ର ଦିଆଯିବା ପାଇଁ ଅନୁମତି ମିଳିଛି।

Allahbad high court

ଏହି ମାମଲା ମୁତାବକ ୧୯୭୯ ମସିହାରେ ରବୀନ୍ଦ୍ର ପ୍ରତାପ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ଆଶା ଦେବୀଙ୍କ ସହିତ ବିବାହ ହୋଇଥିଲା। କିନ୍ତୁ, ରବୀନ୍ଦ୍ରଙ୍କ କହିବା ଅନୁଯାଇ ବିବାହର କିଛି ମାସ ପରେ ତାଙ୍କ ସ୍ତ୍ରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏପରିକି ଆଶା ଦେବୀ ସ୍ୱାମୀ ରବୀନ୍ଦ୍ରଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁନଥିଲେ। ସେ ବିବାହର ୬ ମାସ ପରେ ବାପ ଘରକୁ ପଳାଇଥିଲେ।

Sex

 ଗାଁ ପଞ୍ଚାୟତରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହେବା ସହିତ ରବୀନ୍ଦ୍ର ୨୨,୦୦୦ ଟଙ୍କା ଭରଣପୋଷଣ ରାଶି ଦେଇଥିବା ଜଣାଇଛନ୍ତି। ତେବେ, ବିଧିବଦ୍ଧ ଭାବରେ ଛାଡପତ୍ର ପାଇଁ ସେ ବାରଣାସୀ ଫ୍ୟାମିଲି କୋର୍ଟରେ ୨୦୦୫ ମସିହାରେ ଆବେଦନ କରିଥିଲେ ହେଁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଏବେ ଆଲ୍ଲାହବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏଥିନେଇ ଅନୁମତି ପ୍ରଦାନ କରିଛି।