ଦେଖନ୍ତୁ ଭିଡ଼ିଓ: ବିଧାନସଭାରେ ସେକ୍ସ ବିଷୟରେ ଜ୍ଞାନ ଦେଇ ଅଡ଼ୁଆରେ ନୀତିଶ, ସରମରେ ଲାଜେଇ ଗଲେ ମହିଳା ବିଧାୟିକା ଏବଂ….
ମହିଳା ମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ନୀତିଶ ବିଧାନସଭାରେ ସମସ୍ତଙ୍କ ସାମ୍ନାରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଏଥିପାଇଁ ତାଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡ଼ିଛି।
ଏଠାରେ କହି ରଖୁଛୁ ଯେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀ ଶିକ୍ଷା ଉପରେ ଗୁରୁତ୍ବରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନେକ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ଶୁଣି ସେଠାରେ ଥିବା ମହିଳାମାନେ ଅସହଜ ହୋଇ ପଡ଼ିଥିଲେ।
ନୀତିଶ ତାଙ୍କର ସେକ୍ସ ଜ୍ଞାନକୁ ଏତେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଯେ କେବଳ ସେଠାରେ ଉପସ୍ଥିତ ଥିବା ମହିଳାମାନେ ତାହା ନୁହେଁ ବରଂ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲେ। ଜଣେ ବିବାହିତ ପୁରୁଷ ପ୍ରତିଦିନ ନିଜ ସ୍ତ୍ରୀ ସହିତ କିପରି ସେକ୍ସ କରେ ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ନୀତିଶ।
ଜଣେ ମହିଳାଙ୍କ ସହିତ ପୁରୁଷ ଜଣକ ସେକ୍ସ କରି ଛୁଆ ଜନ୍ମ କରିଥାଏ। କିନ୍ତୁ, ଜଣେ ଶିକ୍ଷିତ ମହିଳା ବିନା କଣ୍ଡୋମ ବ୍ୟବହାର କରି ମଧ୍ୟ ଗର୍ଭବତୀ ହେବାଠାରୁ କିପରି ବର୍ତ୍ତିପାରିବେ ତାହା ବିଷୟରେ ନୀତିଶ ଖୋଲାଖୋଲି ଗୁରୁଜ୍ଞାନ ଦେଇଥିଲେ। ତେବେ, ତାଙ୍କର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ପସନ୍ଦ ଆସିନାହିଁ।
ये ठीक है कि आपकी उम्र दादाजी की हो गई है.. पर दादा ही रहिए, दादा कोंडके मत बनिए.. #NitishKumar pic.twitter.com/HHfgrJJ44V
— Ashok Shrivastav (@AshokShrivasta6) November 7, 2023
ଏଥିନେଇ ପଚରା ଯିବାରୁ ନୀତିଶ କହିଛନ୍ତି ଯେ,'ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ କରିଥିଲି, ମୋର ବୟାନ ଯଦି କାହାକୁ ଆଘାତ ପହଁଞ୍ଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ତ ମହିଳାମାନଙ୍କର ଶିକ୍ଷା ବିଷୟରେ କହିଥିଲି, କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି। ଯଦି ମୋ ବୟାନରେ କାହାକୁ ଆଘାତ ପହଁଞ୍ଚାଇଛି, ତାହେଲେ ମୁଁ କ୍ଷମା ମାଗୁଛି"।
ଆହୁରି ପଢ଼ନ୍ତୁ:- ନ୍ୟୁଜିଲାଣ୍ଡ ଜିତିବା ପରେ ମଧ୍ୟ ଏବେବି ପାକିସ୍ତାନ ଯାଇ ପାରିବ ସେମିଫାଇନାଲକୁ, ଖାଲି କରିବାକୁ ପଡ଼ିବ ଏହି ଚମତ୍କାର