ନିତା ଅମ୍ବାନୀ ଦେଇଛନ୍ତି ଅର୍ଡର, ଓଡିଶାରୁ ଅମ୍ବାନୀଙ୍କ ଘରକୁ ଯିବ କତା ତିଆରି ତାଳଗଛ, ଜାଣନ୍ତୁ ପୁରା ଖବର

 
Nita Ambani

ଓଡ଼ିଶାର କଳାକୃତି ଏବେ ନିତା ଅମ୍ବାନୀଙ୍କୁ ମୁଗ୍ଧ କରିଛି । ଏବେ ଘର ସାଜସଜ୍ଜା ପାଇଁ ବ୍ୟବହାର କରାଯିବ ଓଡ଼ିଶାର ହାତ ତିଆରି କଳାକୃତି । ଅମ୍ବାନୀ ପରିବାରରୁ ଓଡ଼ିଶାକୁ ଆସିଲା ଅର୍ଡର । ନିଜେ ନିତା ଅମ୍ବାନୀ ଦେଲେ ଅର୍ଡର । ତା ପୁଣି ନଡ଼ିଆ କତାରେ ନିର୍ମିତ ତାଳ ଗଛ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯେଉଁଥିରେ ତାଳ ଗଛ ସହିତ ବାଇଆ ଚଢ଼େଇ ବସା ମଧ୍ୟ କରା ଯାଇଛି । ସତ୍ୟବାଦୀ ଯୁଗର ଡାଲି ଦାସ । ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଦିବ୍ୟାଙ୍ଗ ସମେତ ଅନ୍ୟ ପରିବାରକୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । 

Tala

ଡାଲି ଦାସଙ୍କର ନଡ଼ିଆ କତାରେ ନିର୍ମିତ କଳାକୃତି ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଓଡିଶାରେ କଳାକୃତିର କୌଣସି ଅଭାବ ନାହିଁ ମାତ୍ର କେବଳ ଅଭାବ ରହିଛି ପ୍ରୋତ୍ସାହନ ଏବଂ ସରକାରୀ ସହାୟତାର ।