ଯୋୖତୁକ ପାଇଁ ପୁଣି ନବବଧୂକୁ ହତ୍ୟା, ରାଜଧାନୀରେ ନବବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Nababadhu murtyu

ରାଜଧାନୀ ଭୁବନେଶ୍ବରରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ। ପୁରୁଣା ଭୁବନେଶ୍ୱର କପିଳେଶ୍ୱର ତଳ ସାହି ସ୍ଥିତ ତାଙ୍କ ଶାଶୂଘରୁ ଏହି ମହିଳାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲେ ହେଁ ମହିଳାଙ୍କ ପରିବାର ଲୋକେ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ଉପରେ ହତ୍ୟା ଆରୋପ ଲଗାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି।

Death

ମୃତା ମହିଳାଙ୍କ ନାମ ଲଷ୍ମୀପ୍ରିୟା ଦାଶ(୨୧) ହୋଇଥିବା ବେଳେ ଗତ ଫେବୃଆରୀ ୨୨ ତାରିଖରେ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ତଳ ସାହିର ସତ୍ୟବାଦୀ ମହାପାତ୍ରଙ୍କ ପୁଅ ଦିଲ୍ଲୀପଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ତେବେ, ଲକ୍ଷ୍ମୀପ୍ରିୟାଙ୍କ ବାପଘର ଲୋକେ କରିଥିବା ଅଭିଯୋଗ ଅନୁଯାଇ ବିବାହର ପ୍ରଥମ ୨ ମାସ ସବୁ ଠିକ ଥିଲା। କିନ୍ତୁ, ଏହାର କିଛି ଦିନ ପରେ ଶାଶୂଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ।

Couple

  

ଲଷ୍ମୀପ୍ରିୟଙ୍କ ବାପା ଶରତ ଦାଶଙ୍କ କହିବା ଅନୁଯାଇ ବିବାହ ବେଳେ ତାଙ୍କ ସାମର୍ଥ୍ୟ ଅନୁଯାଇ ସେ ଯୌତୁକ ଦେଇଥିଲେ। କିନ୍ତୁ, ପରେ ଅଧିକ ଯୌତୁକ ଆଶାରେ ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତାଙ୍କ କହିବା ମୁତାବକ ଶନିବାର ୧୦ଟା ସମୟରେ ଜ୍ୱାଇଁ ଦିଲ୍ଲୀପ ଫୋନ କରି ଲଷ୍ମୀପ୍ରିୟା ବେକରେ ଲୁଗା ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲେ। ଏହାପରେ ସେମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ ହେଁ ଝିଅର ମୃତଦେହକୁ ହସ୍ପିଟାଲରେ ଦେଖିବାକୁ ପାଇଥିଲେ। ତେବେ, ଶାଶୂଘର ଲୋକଙ୍କ ବିରୁଦ୍ଧରେ ଏତଲା ଦିଆଯିବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ ଜାରି ରଖିଛି।