ସରକାରଙ୍କ ଦ୍ଵାରା ଜାରି ହେଲା ଗାଇଡଲାଇନ୍, ଏହି ଯାନଙ୍କୁ ମିଳିବାକୁ ଯାଉଛି ମାଗଣା ବିଜୁଳି, ଜାଣନ୍ତୁ କିପରି କରିବେ ଆବେଦନ

 
Free electricity scheme

ସରକାରଙ୍କ ଦ୍ୱାରା ଲାଗୁ ହେଲା ନୂଆ ଯୋଜନା । ଏହି ଯୋଜନା ଅନୁସାରେ ସାଧାରଣ ଲୋକମାନେ ପାଇ ପାରିବେ ମାଗଣା ବିଜୁଳି । ମାଗଣା ବିଜୁଳି ସହିତ ସରକାରଙ୍କ ଦ୍ଵାରା ବାର୍ଷିକ ସବସିଡି ମଧ୍ୟ ପ୍ରଦାନ କରାଯିବ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଯୋଜନାଟିରନାମ ହେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା । ଏହି ଯୋଜନାର ମୂଳ ଲକ୍ଷ ହେଉଛି ଲୋକ ମାନଙ୍କ ନିକଟରେ ମାଗଣା ବିଜୁଳି ପହଞ୍ଚାଇବା । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏକ୍ସରେ ଏହି ଯୋଜନା ବିଷୟରେ ପ୍ରକାଶ କରିଛନ୍ତି ।

Ay

କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଯୋଜନା ପାଇଁ ମୋଟ ୭୫୦୨୧ କୋଟି ଟଙ୍କାର ବଜେଟ୍ ରହିଛି । ବିଜୁଳି ପ୍ରଦାନ କରୁଥିବା ଡିସ୍କମ କମ୍ପାନୀକୁ ମଧ୍ୟ ଏଥି ନିମନ୍ତେ ୪.୯୫୦ କୋଟି ଟଙ୍କା ଦିଆ ଯାଇଛି ।

ଏହି ଯୋଜନା ଅନୁସାରେ, ପ୍ରତି ଘରେ ଘରେ ଲୋକେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାର ଲକ୍ଷ ହେଉଛି ଲୋକଙ୍କୁ ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବା ।

ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାର ଏହା ସହିତ ଲୋକଙ୍କୁ ବାର୍ଷିକ ୭୮୦୦୦ ସବସିଡି ମଧ୍ୟ ପ୍ରଦାନ କରିବେ । ଆପଣ ମଧ୍ୟ ନିଜକୁ ଏହି ଯୋଜନାରେ ସାମିଲ କରି ପାରିବେ ।

ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ପ୍ରଥମେ ଅନଲାଇନରେ ଏହାର ଅଫିସିଆଲ୍ ୱେବସାଇଟ pm.suryaghar.govt.inରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ଏହା ସହିତ ପ୍ରୁଫ ଭାବେ ଆଧର କାର୍ଡ, ଇନକମ୍ ସାର୍ଟିଫିକେଟ, ପାସପୋର୍ଟ ସାଇଜ ଫଟୋ ଏବଂ ପୂର୍ବ ବିଜୁଳି ବିଲ୍ ର ଆବଶ୍ୟକତା ରହିଛି ।