ଏଣିକି ଗଣ ଦୁଷ୍କର୍ମକୁ ନେଇ କଡା କଡି ହେଲା ଆଇନ୍, ଦୁଷ୍କର୍ମ କରୁଥିବା ବ୍ୟକ୍ତିର କାଟି ଦିଆଯିବ ଗୁପ୍ତାଙ୍ଗ, ଜାଣନ୍ତୁ ପୁରା ଖବର
ଗଣ ଦୁଷ୍କର୍ମକୁ ନେଇ ପାକିସ୍ତାନ ସରକାର ପ୍ରଣୟନ କଲେ ନୂଆ ଆଇନ୍ । ଆଇନ ଅନୁଯାୟୀ ଯଦି କେହି ବ୍ୟକ୍ତି ଦୁଷ୍କର୍ମ କରନ୍ତି ତେବେ ଦଣ୍ଡ ରୂପେ ସେମାନଙ୍କ ଗୁପ୍ତାଙ୍ଗ କାଟି ଦିଆଯିବ । ସେମାନଙ୍କୁ ନପୁଂସକ କରି ଦିଆଯିବ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ପାକିସ୍ତାନରେ ଗଣ ଦୁଷ୍କର୍ମର ପରିମାଣ ସବୁଠାରୁ ଅଧିକ ରହିଥାଏ । ଏଭଳି ମଧ୍ୟ ଦେଖା ଯାଇଛି କି ଅଧିକାଂଶ ଯୁବତୀ ବା ମହିଳା ତାଙ୍କର ନିଜ ଲୋକଙ୍କ ଦ୍ୱାରା ହିଁ ପୀଡ଼ିତ ହେଉଛନ୍ତି ।
ଏପରିକି ପାକିସ୍ତାନରେ ହେଉଥିବା ଦୁଷ୍କର୍ମରେ ପୀଡ଼ିତ ହେଉଥିବା ମହିଳା ମାନଙ୍କ ମଧ୍ୟରୁ ପ୍ରାୟତଃ ୮୨ ପ୍ରତିଶତ ମହିଳା ନିଜ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ହିଁ ଶୋଷିତ ହେଉଛନ୍ତି ।
ଯାହାକି ସବୁଠାରୁ ନିନ୍ଦନୀୟ ଅଟେ । ଏବଂ ୨୦୨୦ର ରିପୋର୍ଟ ଅନୁଯାୟୀ , ଅନ୍ୟ ଦେଶ ତୁଳନାରେ ପାକିସ୍ତାନରେ ହିଁ ସବୁଠାରୁ ଅଧିକ ଦୁଷ୍କର୍ମ ହେଉଛି । ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଏଭଳି ଆଇନ କରିଛନ୍ତି ।
ତେବେ ଏହି ଆଇନ୍ ର ନାମ ରହିଛି ଆଣ୍ଟି ଜେନ୍ ରେପ୍ । ଏହି ଆଇନ୍ ଅନୁଯାୟୀ ଦୋଷୀକୁ ନପୁଂସକ କରିବା ସହିତ ପୀଡ଼ିତା ମାନଙ୍କର ମଧ୍ୟ ପରିଚୟ ସାର୍ବଜନୀନ ଭାବେ ଖୁଲାସା ନ କରିବାର ବ୍ୟବସ୍ଥା ରହିଛି ।
ଯଦି କୌଣସି କେଶ୍ ରେ ପୀଡ଼ିତାଙ୍କ ପରିଚୟ ବାହାରେ ଜଣା ପଡେ ତେବେ ସେହି କେଶ୍ ରେ ଅନ୍ତର୍ଭୁକ୍ତ ପୋଲିସ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ ।