ଏୟାରପୋର୍ଟ ଇଣ୍ଡିଆରେ ବଡ଼ ନିଯୁକ୍ତି, ପୂରଣ ହେବ ୪୯୦ ପଦବୀ, ଦରମା ଦେଢଲକ୍ଷ, ଜାଣନ୍ତୁ ଯୋଗ୍ୟତା ଓ ଅପ୍ଲାଏ ପଦ୍ଧତି

 
Aai recruitment 2024
କଣ ଆପଣଙ୍କର ବି ଏୟାରପୋର୍ଟ ରେ ଚାକିରି କରିବାର ସ୍ବପ୍ନ ରହିଛି ? ଅନ୍ୟ ବଡ଼ ବଡ଼ ଚାକିରି ଭଳି ଏୟାରପୋର୍ଟ ଚାକିରି ମଧ୍ୟ ଅନ୍ୟ ମାନଙ୍କ ପାଇଁ ଏକ ଆକର୍ଷଣୀୟ ଚାକିରି ଅଟେ । ତେବେ ଆପଣ ବି ଯଦି ଏୟାରପୋର୍ଟ ରେ ଚାକିରି କରିବା ପାଇଁ ଇଛୁକ ଥାଆନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ ।

E

ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ଵାରା ବିଜ୍ଞପ୍ତି ଜାରି କରା ଯାଇଛି । ଏହି ନିଯୁକ୍ତି ପ୍ରାୟ ୪୯୦ଟି ପଦବୀ ପାଇଁ ରହିଛି । ଯାହା ମାଧ୍ୟମରେ ଜୁନିଅର ଏକଜୁକ୍ୟୁଟିଭ୍ ପଦବୀ ପୂରଣ ହେବ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଯେଉଁମାନେ ଏଥି ପାଇଁ ଆଗ୍ରହୀ ଅଛନ୍ତି ସେମାନେ ପ୍ରଥମେ AAI ର ଅଫିସିଆଲ୍ ୱେବ ସାଇଟ୍ www.aai.aero. କୁ ଯାଇ ସେଠାରେ ଅନଲାଇନ୍ ଆବେଦନ କରନ୍ତୁ । ତେବେ ଅନଲାଇନ୍ ଆବେଦନ ୨ ଏପ୍ରିଲ୍ ୨୦୨୪ ରୁ ଆରମ୍ଭ ହୋଇ ୧ ମେ ୨୦୨୪ ପର୍ଯ୍ୟନ୍ତ ଚାଲିବ । 

ଗେଟ୍ ୨୦୨୪ ରେ ସମୃକ୍ତ ବିଷୟରେ ଇଞ୍ଜିନିୟରିଂ ଡିଗ୍ରୀ ଥିବା କିମ୍ବା Mca ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଏଥି ନିମନ୍ତେ ସର୍ବାଧିକ ବୟସ ସୀମା ରହିଛି ୨୭ ବର୍ଷ । ତେବେ ଏହି ପୋଷ୍ଟ ର ଦରମା ସବୁଠାରୁ ଆକର୍ଷଣୀୟ ରହିଛି । ଏହି ପୋଷ୍ଟ ଗୁଡ଼ିକର ଦରମା ୪୦,୦୦୦ ଟଙ୍କା ରୁ ଆରମ୍ଭ ହୋଇ ସର୍ବାଧିକ ୧ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ ।

Aai recruitment

ଏଥି ନିମନ୍ତେ ଆବେଦନ ଶୁକ୍ଳ ୩୦୦ ଟଙ୍କା ରହିଛି । ତେବେ SC / ST ଓ PW ବର୍ଗ ପାଇଁ ଏହା ଦେୟ ମୁକ୍ତ ରହିଛି । ଅଧିକ ଜାଣିବା ପାଇଁ AAI ର ଅଫିସିଆଲ୍ ୱେବ ସାଇଟ୍ କୁ ଯାଇ ଅପ୍ କମିଙ୍ଗ ଏକଜାମିନେସନ୍ ନୋଟିଫିକେସନ୍ କୁ ଯାଇ ସମସ୍ତ ବିବରଣୀ ପଢ଼ି ନିଅନ୍ତୁ ।