ଭାରତୀୟ ନୌସେନାରେ ଚାକିରୀ ସୁଯୋଗ, ଖାଲି ଅଛି ୨୫୪ ଟି ପଦବୀ, ଏମିତି ଭାବରେ କରନ୍ତୁ ଅନଲାଇନ ଆବେଦନ
ଭାରତୀୟ ନୌସେନାରେ ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଆଜ୍ଞା ହଁ, ଏଥିପାଇଁ ଭାରତୀୟ ନୌସେନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିନେଇ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି ବିଜ୍ଞପ୍ତି ମାଧ୍ୟମରେ ସର୍ଟ ସର୍ଭିସ୍ କମିଶନ ଅଧିକାରୀ ନିୟୋଜିତ କରାଯିବ।
Follow our WhatsApp channel and get all the Latest news:-
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୫୪ଟି ପଦବୀ ପୂରଣ କରାଯିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ https://www.joinindiannavy.gov.in/ ୱେବସାଇଟକୁ ଯାଇ ଏଥିନେଇ ଆବେଦନ କରିପାରିବେ। ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଆପଣ https://www.joinindiannavy.gov.in/files/job_instructions/1707904777_407272.pdf ଉପରେ କ୍ଲିକ୍ କରି ଦେଖି ପାରିବେ।
୨୪ ଫେବୃଆରୀ ୨୦୨୪ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ୧୦ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। କାର୍ଯ୍ୟନିର୍ବାହୀ ଶାଖାରେ ୩୬ଟି ପୋଷ୍ଟ୍, ଶିକ୍ଷା ଶାଖାରେ ୧୮ଟି ପୋଷ୍ଟ୍ ଏବଂ ବୈଷୟିକ ଶାଖାରେ ୧୦୦ଟି ପୋଷ୍ଟ୍ ଖାଲି ରହିଛି।
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆପଣ ଯେ କୌଣସି ବିଷୟରେ B.E / B.Tech ଡିଗ୍ରୀ କିମ୍ବା ଆବଶ୍ୟକୀୟ ଅନୁଶାସନରେ ସର୍ବନିମ୍ନ ୬୦% ମାର୍କ ସହିତ ପାଶ୍ ହୋଇଥିବା ଆବଶ୍ୟକ ଅଟେ। ଏହି ପଦବୀ ଗୁଡିକରେ ସର୍ବନିମ୍ନ ଦରମା ୫୬,୧୦୦ ଟଙ୍କା ଅଟେ। ମାର୍କ ଅନୁଯାଇ ସର୍ଟଲିଷ୍ଟ ହେବାପରେ, ସାକ୍ଷାତକାର ଏବଂ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।