ଆକ୍ଟର ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପଡୋଶୀ, ମତେ ମାରିଦେଇ ମୋ ସ୍ତ୍ରୀକୁ ବାହା ହେବାକୁ ଦେଉଛି ଧମକ, ଦେଖନ୍ତୁ ଭିଡ଼ିଓ

 
Bobby mishra with neighbor

ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ମଦ ପିଇ ପଡ଼ୋଶୀଙ୍କ ସହିତ ଝଗଡ଼ା କରିବା ସହ ତାଙ୍କ ପତ୍ନୀଙ୍କୁ ବାହା ହେବାକୁ ଜିଦ୍ ଧରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ବବି ମିଶ୍ର ଥାନାରେ ପହଞ୍ଚିଥିବା ସୂଚନା ମିଳିଛି।

Babi mishra

ବବିଙ୍କ ପଡ଼ୋଶୀ ତପି ମିଶ୍ର କରିଥିବା ଅଭିଯୋଗ ଅନୁଯାଇ ବବି ମଦ ନିଶାରେ ବନ୍ଧୁକ ଦେଖାଇବା ସହ ତାଙ୍କ ପତ୍ନୀଙ୍କୁ ବିବାହ କରିବେ ବୋଲି ଜିଦ୍ ଧରି ବସିଥିଲେ। ବବିଙ୍କର ଏପରି କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ଝଗଡ଼ା କରିବା ସହ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଉଥିବା କୁହାଯାଇଛି। କେବଳ ବବି ନୁହେଁ ବରଂ ତାଙ୍କ ସମର୍ଥକମାନେ ମଧ୍ୟ କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି।

Padosi

ଅପରକ୍ଷରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର। ତାଙ୍କ କହିବା ଅନୁଯାଇ ପଡ଼ୋଶୀ ତପି ତାଙ୍କର ଘନିଷ୍ଠ ବନ୍ଧୁ ଅଟନ୍ତି। ଗତ କାଲି ରାତିରେ ଗାଡି ପାର୍କିଂକୁ ନେଇ ସାମାନ୍ୟ ବିବାଦ ହେତୁ ତପି ତାଙ୍କ ବିରୋଧରେ ଏଭଳି ମିଛ ଆରୋପ ଲାଗିଥିବା ବବି କହିଛନ୍ତି। ତେବେ, ପୋଲିସ ଉଭୟ ପକ୍ଷଙ୍କୁ ଡାକି ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି। ଦେଖନ୍ତୁ ଭିଡ଼ିଓ:-