ଶାରୀରିକ ସମ୍ୱନ୍ଧ ବେଳେ ଉଚ୍ଚ ସ୍ୱରରେ ପାଟି କରିବା ପଡିଲା ମହଙ୍ଗା, ବିରକ୍ତ ହୋଇ ହୋଇ ପଡ଼ୋଶୀ ଲେଖିଲା ଏଭଳି ଚିଠି…..

 
Sex

ଅନେକ ସମୟରେ ଝଗଡ଼ା ଏବଂ ଗଣ୍ଡଗୋଳ କରୁଥିବା ହେତୁ ପଡ଼ୋଶୀମାନେ ବିରକ୍ତ ହୋଇ ଅଭିଯୋଗ କରିବା ଏକ ସାଧାରଣ କଥା ଅଟେ, କିନ୍ତୁ ପଡ଼ୋଶୀଙ୍କ ରୋମାନ୍ସ ହେତୁ ଜଣେ ବ୍ୟକ୍ତି ବିରକ୍ତ ହୋଇ ସେମାନଙ୍କୁ ଚିଠି ଦ୍ୱାରା ଅଭିଯୋଗ କରିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ।

ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଏପରି ଏକ ଘଟଣା ସ୍କଟଲ୍ୟାଣ୍ଡ ରେ ଘଟିଛି। ପଡ଼ୋଶୀଙ୍କ ରୋମାନ୍ସ ଯୋଗୁ କେବଳ ଏହି ବ୍ୟକ୍ତି ବିରକ୍ତ ହୋଇନଥିଲେ ବରଂ ସେ ରୋମାନ୍ସ କରୁଥିବା ପଡୋଶୀଙ୍କୁ ଏକ ନୋଟିସ ମଧ୍ୟ ଦେଇଥିଲେ। ଏହି ବିଚିତ୍ର ମାମଲା ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ସହରରୁ ଆସିଛି। ପ୍ରକୃତରେ ଏଠାରେ ଏକ ଫ୍ଲାଟ ରେ ରହୁଥିବା ଷ୍ଟିଫେନ୍ ଙ୍କୁ କିଛି ଦିନ ତଳେ ଏକ ଚିଠି ମିଳିଥିଲା।

ଏହି ଚିଠିରେ ଷ୍ଟିଫେନ୍ ନିଜ ସାଥୀଙ୍କ ସହ ଉଚ୍ଚ ସ୍ୱରରେ ସେକ୍ସ କରୁଥିବା ଏବଂ ତାଙ୍କର ଏହି କାର୍ଯ୍ୟର ଶବ୍ଦ ପଡୋଶୀଙ୍କୁ ବିବ୍ରତ କରୁଥିବା ଦର୍ଶାଯାଇଥିଲା। ତେବେ ଏହି ଚିଠିକୁ ଷ୍ଟିଫେନ୍ ବେସି ଗମ୍ଭୀରତାର ସହ ନେଇନଥିଲେ। ସେ ଏହି ଚିଠି ପାଇବା ପରେ ଖୁବ ହସିବା ସହ ନିଜ ପଡ଼ୋଶୀଙ୍କୁ ଇୟର୍ ପ୍ଲଗ୍ କିଣିବା ପାଇଁ ପରାମର୍ଶ ଦେଇଛନ୍ତି। ତଥାପି ନିଜର ଖୁସି ପାଇଁ ଅନ୍ୟମାନଙ୍କୁ ହଇରାଣ କରିବା ଅନୁଚିତ ବୋଲି କେତେକ ଲୋକେ ମତ ଦେଇଛନ୍ତି।