ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ବାବୁ, ସମ୍ପତ୍ତି ଏବଂ ବ୍ୟାଙ୍କ ବାଲାନ୍ସ ଜାଣି ତାଜୁବ ହେବେ ଆପଣ

 
nabina rich

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି । ADR ଦ୍ୱାରା 30 ଜଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ 29 ଅର୍ଥାତ୍ 97 ପ୍ରତିଶତ ମୁଖ୍ୟମନ୍ତ୍ରୀ କୋଟିପତି ଅଟନ୍ତି ।

ଏଡିଆର ଦ୍ୱାରା ଜାରି 30 ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ ରେଡ୍ଡୀ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି 510 କୋଟିରୁ ବି ଉର୍ଦ୍ଧ୍ୱ । ଏହାପରେ ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି 163 କୋଟି ଟଙ୍କାରୁ ଉର୍ଦ୍ଧ୍ୱ । ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

29 out of 30 CMs in the country are millionaires but one has very few know  who is the richest Chief Minister?| देश में 30 में से 29 CM हैं करोड़पति,  लेकिन

ନବୀନ ପଟ୍ଟନାୟକ ତୃତୀୟ ସ୍ଥାନ ସୁରକ୍ଷିତ କରିଛନ୍ତି :-

ଶ୍ରେଷ୍ଠ ତିନି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ନବୀନଙ୍କ ପାଖରେ 63 କୋଟି 64 ଲକ୍ଷ 15 ହଜାର 261 ଅସ୍ଥାବର ସମ୍ପତ୍ତି ଥିବାବେଳେ 23 ଲକ୍ଷ 26 ହଜାର 555 ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଏହା ବ୍ୟତୀତ 21.17 ଲକ୍ଷ ସ୍ବ ଅର୍ଜିତ ଆୟ ରହିଛି । ତେବେ 2021 ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ଅନୁସାରେ, 2021 ଡିସେମ୍ବରରେ ତାଙ୍କ ପାଖରେ 64.97 କୋଟି ଟଙ୍କାର ସମ୍ପତ୍ତି ଥିଲା ।

ଏହି ମୁଖ୍ୟମନ୍ତ୍ରୀମାନଙ୍କର ସର୍ବନିମ୍ନ ସମ୍ପତ୍ତି ଅଛି :-

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତିନିଜଣ ମୁଖ୍ୟମନ୍ତ୍ରୀ ଅଟନ୍ତି ଯେଉଁମାନେ ସର୍ବନିମ୍ନ ସମ୍ପତ୍ତି ଘୋଷଣା କରିଛନ୍ତି । ମମତାଙ୍କ ସମ୍ପତ୍ତି ମୂଲ୍ୟ 15 ଲକ୍ଷ ଟଙ୍କା । ପିନାରାଇ ବିଜୟଙ୍କ ସମ୍ପତ୍ତି ମୂଲ୍ୟ 1 କୋଟିରୁ ଅଧିକ ହୋଇଥିବାବେଳେ ମନୋହରଲାଲ ଖଟ୍ଟରଙ୍କ ସମ୍ପତ୍ତି ମଧ୍ୟ 1 କୋଟିରୁ ଅଧିକ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି 1.54 କୋଟି ଟଙ୍କା ଥିବାବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମ୍ପତ୍ତି 7.66 କୋଟି ଟଙ୍କା ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ସମ୍ପତ୍ତିର ମୂଲ୍ୟ 3 କୋଟି ଟଙ୍କା ଘୋଷଣା କରିଛନ୍ତି ।