ପ୍ଲାନ୍ କରି ହାର୍ଦ୍ଦିକଙ୍କ ସହ ବିବାହ କରିଥିଲେ, ଏବେ ଏତେ କୋଟି ନେଇ ଛାଡ଼ପତ୍ର ନେବେ ନତାଶା…

 
Hardik

ପ୍ରଥମେ ଆଇପିଏଲରେ ଖରାପ ପ୍ରଦର୍ଶନ ପୁଣି ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ନେଇ ଖବର ଆସୁଛି। ବିଗତ କିଛି ମାସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖାସ୍ ରହିନାହିଁ। ହାର୍ଦ୍ଦିକ IPL ୨୦୨୪ରେ ଭଲ ପ୍ରଦର୍ଶନ କରିପାରିନଥିଲେ, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଥିଲା। ଏବେ ପତ୍ନୀ ନତାଶାଙ୍କ ସହିତ ତାଙ୍କର ଛାଡ଼ପତ୍ର ହେବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସୁଛି।

Hardik

ତେବେ, ଯଦି ହାର୍ଦ୍ଦିକଙ୍କର ନିଜ ପତ୍ନୀଙ୍କ ସହିତ ଛାଡ଼ପତ୍ର ହୁଏ ତେବେ ତାଙ୍କୁ ନିଜ ସମ୍ପତ୍ତିର ପ୍ରାୟ ୭୦% ଭାଗ ଦେବାକୁ ହେବ। ଜାତୀୟ ମିଡିଆ ମିଣ୍ଟର ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଭିତରେ ଛାଡପତ୍ର ହୋଇପାରେ। ତେବେ, ଉଭୟଙ୍କ ପକ୍ଷରୁ ଏଥିନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। 

Hardik

ବିଗତ କିଛି ମାସ ହେବ ସୋସିଆଲ ମିଡିଆରେ ଉଭୟଙ୍କର ଏକାଠି କୌଣସି ଫୋଟୋ ପୋଷ୍ଟ ହୋଇନାହିଁ। ଏପରିକି ନତାଶାଙ୍କର ଜନ୍ମଦିନରେ ମଧ୍ୟ ହାର୍ଦ୍ଦିକ କୌଣସି ପୋଷ୍ଟ କରିନଥିଲେ। ଅନ୍ୟପକ୍ଷରେ ନତାଶା ମଧ୍ୟ ସୋସିଆଲ ମିଡିଆରେ ନିଜ ନାମ ଆଗରୁ ପାଣ୍ଡ୍ୟା ଉପନାମ ହଟାଇ ଦେଇଛନ୍ତି। ଯେଉଁଥିରୁ ଉଭୟଙ୍କ ମଧ୍ୟରେ କିଛି ସମସ୍ୟା ରହିଥିବା ଅନୁମାନ କରାଯାଉଅଛି।

Hardik

କେବଳ ସେତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ନତାଶାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପାଣ୍ଡ୍ୟାଙ୍କର ଗୋଟିଏ ହେଲେ ଫୋଟୋ ନାହିଁ ସବୁ ଡ଼ିଲିଟ୍ ହୋଇସାରିଛି। ଏଭଳି ପରିସ୍ଥିତିରେ ଯଦି ପାଣ୍ଡ୍ୟାଙ୍କର ବିବାହ ବିଚ୍ଛେଦ ହୁଏ ତେବେ ନତାଶାଙ୍କୁ ପରେ ୬୩ କୋଟି ଟଙ୍କାର ସମ୍ପତ୍ତି ମିଳିବ। ଅନ୍ୟପକ୍ଷରେ ହାର୍ଦ୍ଦିକ ନିଜର ସମସ୍ତ ସମ୍ପତ୍ତି ନିଜ ମାଆଙ୍କ ନାମରେ କରି ଦେଇଥିବା ନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:- ଗର୍ଭାବସ୍ଥାରେ ଏହି ଭୁଲ୍ ଯୋଗୁଁ ଶିଶୁର ହୃଦୟରେ ହୋଇଥାଏ ଛିଦ୍ର, ପ୍ରତ୍ୟେକ ମହିଳା ଜାଣି ରଖିବା ଉଚିତ୍