NABARD Recruitment 2024: ଓଡ଼ିଶାରେ ବାହାରିଲା ଗ୍ରୁପ୍ 'C' ଅଫିସ୍ ଆଟେଣ୍ଡାଣ୍ଟ୍‌ ପଦବୀ

 
NABARD Recruitment 2024..

ଦଶମ ପାଶ୍ କରି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (NABARD) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି NABARDର ବିଭିନ୍ନ ରାଜ୍ୟରେ ଗ୍ରୁପ୍ 'C' ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପୂରଣ ହେବ। 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୦୮ଟି ପଦବୀ ପୂରଣ ହେବ। ଓଡିଶାରେ ୫ଟି ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NABARDର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.nabard.org/ କୁ ଯାଇ ଆବେଦନ କରିପାରିବେ। 

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NABARD Registration 2024 Apply for 108 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଅନ୍‌ଲାଇନ୍ ଆବେଦନ ଆରମ୍ଭ - 

୦୨ ଅକ୍ଟୋବର ୨୦୨୪

ଅନ୍‌ଲାଇନ୍ ଆବେଦନ ଶେଷ - ୨୧ ନଭେମ୍ବର ୨୦୨୪

ଖାଲି ପଦବୀ:

UR - ୫୪ଟି ପୋଷ୍ଟ୍‌
SC - ୦୪ଟି ପୋଷ୍ଟ୍‌
ST - ୧୨ଟି ପୋଷ୍ଟ୍‌
OBC -୨୮ଟି ପୋଷ୍ଟ୍‌
EWS - ୧୦ଟି ପୋଷ୍ଟ୍‌
ମୋଟ୍ - ୧୦୮ଟି ପୋଷ୍ଟ୍

ଯୋଗ୍ୟତା:

ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ମାଟ୍ରିକ୍ (ଦଶମ) ପାଶ୍

ବୟସ ସୀମା:

ସର୍ବନିମ୍ନ ବୟସ - ୧୮ବର୍ଷ
ସର୍ବାଧିକ ବୟସ - ୩୦ବର୍ଷ

ମାସିକ ଦରମା:

ପ୍ରାର୍ଥୀ ମାସକୁ ୩୫,୦୦୦ଟଙ୍କା ଦରମା ପାଇବେ

ଆବେଦନ ଶୁଳ୍କ:

ସଂରକ୍ଷିତ ବର୍ଗ - ୫୦ ଟଙ୍କା
ଅନ୍ୟ ବର୍ଗ - ୫୦୦ ଟଙ୍କା

ଚୟନ ପ୍ରକ୍ରିୟା:

ଅନ୍‌ଲାଇନ୍ ଟେଷ୍ଟ୍
ଲାଙ୍ଗୁଏଜ୍ ପ୍ରୋସେସିଂ ଟେଷ୍ଟ୍(LPT)
ଡକ୍ୟୁମେଣ୍ଟ୍ ଯାଞ୍ଚ