Nabard Recruitment 2023: NABARD ରେ ଚାକିରି କରିବାର ବଡ଼ ସୁଯୋଗ, ସାଲେରି ୮୯,୦୦୦ ରୁ ଅଧିକ, ଏମିତି କରନ୍ତୁ ଆବେଦନ

 
Nabard Recruitment 2023

ନାବାର୍ଡ ବ୍ୟାଙ୍କ ଅଫ୍ ଏଗ୍ରିକଲ୍‌ଚର୍ ଆଣ୍ଡ୍ ରୁରାଲ୍ ଡେଭଲପ୍‌ମେଣ୍ଟ୍ (NABARD) ରେ ବର୍ତମାନ ସରକାରୀ ଚାକିରି କରିବାର ପାଇଁ ଅଛି ବଡ଼ ସୁଯୋଗ । ଏଥିରେ ଆବେଦନ କରିବା ପାଇଁ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ NABARD ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୫୦ଟି ପଦ ପୂରଣ କରିବ ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯିଏ ଏହି ପଦବୀ ପାଇଁ ଆବେଦନ କରିବାକୁ ଇଛା କରୁଛନ୍ତି ସେମାନେ NABARDର ଅଫିସିଆଲ୍ ୱେବସାଇଟ୍ www.nabard.org. କୁ ଯାଇ ଆବେଦନ କରିପାରିବେ। ଏହାବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Nabard Recruitment 2023 Notification କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨ ସେପ୍ଟେମ୍ବର
ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ସେପ୍ଟେମ୍ବର
ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ପରୀକ୍ଷା – ୧୬ ଅକ୍ଟୋବର ୨୦୨୩(ସମ୍ଭବତଃ)

ଯୋଗ୍ୟତା:

ଯେକ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମୋଟ୍ ପଦବୀ:

UR ପ୍ରାର୍ଥୀ: ୬୧ଟି ପୋଷ୍ଟ୍‌
SC ପ୍ରାର୍ଥୀ: ୨୨ଟି ପୋଷ୍ଟ୍‌
ST ପ୍ରାର୍ଥୀ: ୧୨ଟି ପୋଷ୍ଟ୍‌
OBC ପ୍ରାର୍ଥୀ: ୪୧ ଟି ପୋଷ୍ଟ୍‌
EWS ପ୍ରାର୍ଥୀ: ୧୪ଟି ପୋଷ୍ଟ୍‌

ବୟସ ସୀମା:

ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୩୦ ବର୍ଷ
ବୟସ ଗଣନା ୦୧।୦୯।୨୦୨୩ ଅନୁସାରେ ହେବ

ଦରମା:

ଚୟନ ପରେ ପ୍ରାର୍ଥୀଙ୍କୁ ମାସିକ ୮୯,୦୦୦ରୁ ଅଧିକ ଦରମା ମିଳିବ

ଚୟନ ପ୍ରକ୍ରିୟା:

ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରେ ପ୍ରାର୍ଥୀଙ୍କୁ ସର୍ବାଧିକ ୧:୫ ଏବଂ ୧: ୩ ଅନୁପାତରେ ଯୋଗ୍ୟତା ଅର୍ଜନ କରିବାକୁ ପଡିବ, ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟର ଏହି ପରୀକ୍ଷାରେ ୧ଟି ଭୁଲ ଉତ୍ତର ପାଇଁ ୧/୪ ମାର୍କ କଟାଯିବ

ଆବେଦନ ଶୁଳ୍କ:

SC / ST / PWD ବର୍ଗ ପ୍ରାର୍ଥୀ – ୧୫୦ ଟଙ୍କା
ଅନ୍ୟ ସମସ୍ତ ପ୍ରାର୍ଥୀ – ୮୦୦ ଟଙ୍କା