ମୁକେଶ ଅମ୍ବାନୀଙ୍କ କାର ଡ୍ରାଇଭର ପାଇଥାନ୍ତି ଏତେ ଲକ୍ଷ ଟଙ୍କା ଦରମା, ଚାକିରୀ ପାଇବାକୁ ହେଲେ ଦେବାକୁ ପଡ଼ିଥାଏ କଡ଼ା ପରୀକ୍ଷା

 
Driver

ବିଶ୍ୱର ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ମୁକେଶ ଅମ୍ବାନୀଙ୍କ ନାମ ଅନ୍ୟତମ। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଏବଂ ଅମ୍ବାନୀ ପରିବାରର ଜୀବନଶୈଳୀ କୌଣସି ରାଜା ମହାରାଜାଙ୍କ ଠାରୁ କମ୍ ନୁହେଁ। ଅମ୍ବାନୀ ପରିବାର ବର୍ତ୍ତମାନ ମୁମ୍ବାଇ ସ୍ଥିତ ତାଙ୍କର 'ଆଣ୍ଟିଲିଆ' ନାମକ ଘରେ ରହୁଛନ୍ତି। ଏହି ଘର ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଘର ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଥିବା ବେଳେ ଘରର ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରାୟ ୬୦୦ ଜଣ ଲୋକ ନିଯୁକ୍ତ ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ।

Mukesh ambani

ଅମ୍ବାନୀଙ୍କ ଜୀବନଶୈଳୀ ସହିତ ତାଙ୍କ ପାଖରେ କାମ କରୁଥିବା ଲୋକ ମାନଙ୍କର ଜୀବନଶୈଳୀ ମଧ୍ୟ ଯଥେଷ୍ଟ ବିଳାସପୂର୍ଣ୍ଣ ଅଟେ। ଏପରିକି ତାଙ୍କ ଡ୍ରାଇଭର ମଧ୍ୟ ମାସକୁ ୨ ଲକ୍ଷ ଠାରୁ ଅଧିକ ଦରମା ପାଉଥିବା ବିଶ୍ୱାସ କରାଯାଏ। ତେବେ, ଅମ୍ବାନୀ ପରିବାରର ଡ୍ରାଇଭର ହେବା ପାଇଁ ମଧ୍ୟ ଅନେକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡିଥାଏ। 

Driver

ଏକ ରିପୋର୍ଟ ଅନୁଯାଇ ଅମ୍ବାନୀଙ୍କ ପାଖରେ ବର୍ତ୍ତମାନ ୫୦୦ ରୁ ଉର୍ଦ୍ଧ କାର୍ ରହିଛି। ସେଗୁଡିକୁ ଚଳାଇବା ପାଇଁ ଏକାଧିକ ଡ୍ରାଇଭରଙ୍କର ଆବଶ୍ୟକତା ପଡିଥାଏ। ତେଣୁ, ଡ୍ରାଇଭର ଚୟନ କରିବା ପାଇଁ ବିଭିନ୍ନ କମ୍ପାନୀ ଗୁଡିକୁ ଠିକା ଦିଆଯାଇଥାଏ। ଏଥିପାଇଁ ଟେଣ୍ଡର ବାହାରିଥାଏ ଏବଂ ଗୋଟିଏ କମ୍ପାନୀ ଏହାର ଠିକା ନେଇଥାଏ। ଠିକା ନେବା ପରେ କମ୍ପାନୀ ତରଫରୁ ଡ୍ରାଇଭରଙ୍କ ପାଇଁ ଭ୍ୟାକାଂସି ବାହାର କରାଯାଇଥାଏ। ଏଥିରେ ଆବେଦନ କରିଥିବା ବ୍ୟକ୍ତିମାନଙ୍କର ବିଭିନ୍ନ ଟେଷ୍ଟ ନେବାପରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିଥାଏ। କେବଳ ଡ୍ରାଇଭିଂ ଟେଷ୍ଟ ନୁହେଁ ବରଂ ନିଯୁକ୍ତି ପାଇବା ପାଇଁ ହେଲେ ଆବେଦନକାରୀଙ୍କର ବ୍ୟବହାର ଏବଂ ସହନଶୀଳତାକୁ ମଧ୍ୟ ପରୀକ୍ଷା କରାଯାଇଥାଏ।